।। ଜଙ୍ଗଲ ଜମିର ପଟ୍ଟା ଓ ଚାଷ କରିବା ପାଇଁ ହକ ମାଗିବାକୁ ଜିଲ୍ଲା ପାଳଙ୍କ ଦ୍ଵାରସ୍ତ ।।

Aug 28, 2024 - 16:15
Aug 28, 2024 - 17:26
 0  14
।। ଜଙ୍ଗଲ ଜମିର ପଟ୍ଟା ଓ ଚାଷ କରିବା ପାଇଁ ହକ ମାଗିବାକୁ ଜିଲ୍ଲା ପାଳଙ୍କ ଦ୍ଵାରସ୍ତ ।।

ରାୟଗଡ଼ା ବ୍ଲକ ର ପାଞ୍ଚଟି ଗ୍ରାମର ଆଦିବାସି ଲୋକମାନେ ଏକଜୁଟ ହୋଇ ଜଙ୍ଗଲ ଜମିର ଅଧିକାରକୁ ନେଇ ଜଣାଇ ବା ନିମନ୍ତେ ପ୍ରାୟ 25 କିଲୋମିଟର ଦୂରରୁ ଏକ ଦାବି ପତ୍ର ପ୍ରଦାନ କରିବା ନିମନ୍ତେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିଥିଲେ । ସେମାନେ କହିବା ଅନୁଯାୟୀ ସେମାନେ ଜଙ୍ଗଲ ଜମି ପୁର୍ବ ପୁରୁଷ ଅମଳ ରୁ ଚାଷ ଜମିକୁ ଚାଷ କରି ଆସୁଅଛୁ ଉକ୍ତ ଜମିର ତହସିଲ କାର୍ଯ୍ୟାଳୟ ରୁ ଆମକୁ ରସିଦ ମଧ୍ୟ ମିଳିଛି । ଆମର ଜମିରେ ଚାଷ କରି ମଧ୍ୟ କାଜୁ ଗଛ ଲଗାଇଥିଲୁ, ଉକ୍ତ କାଜୁ ଗଛ କୁ ଜଙ୍ଗଲ ଅଧିକାରୀ ମାନେ ଭାଙ୍ଗି ନଷ୍ଟ କରି ଦେଇ ଜଙ୍ଗଲ ଅଧିକାରୀ ମାନେ ଅନ୍ୟ ଗଛ ଲଗାଇବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ପ୍ରଶାସନିକ ତରଫରୁ ଆମରି ସମସ୍ୟାର ସମାଧାନ କରି ଆମକୁ ଜଙ୍ଗଲ ଜମି ପଟ୍ଟା ଦିଆଯାଉ ଓ ଚାଷ କରିବା ନିମନ୍ତେ ହକ ଦିଆଯାଉ ବୋଲି ଦାବି କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ପାଞ୍ଚ ଟି ଗ୍ରାମ ଗୁଡିକର ନାମ ହେଲା ଟିକରପଡ଼ା, ଜାଙ୍ଗିଡି, ନାକିଟି ଗୁଡା ବିଲେଶୁ, ଜମାଦେଇ ପେଣ୍ଠ ଗ୍ରାମର ଶହ ଶହ ଆଦିବାସି ଲୋକ ମାନେ ଦାବି ପତ୍ର ପ୍ରଦାନ କରିବା ନିମନ୍ତେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ