।। ଛୁଆଙ୍କ ଉପରେ ଅଜଣା ରୋଗ ଆତଙ୍କ ଖେଳୁଛି ,ଏଯାଏଁ ସ୍ପଷ୍ଟ ଜଣାପଡି ନାହଁ ।।

Jul 6, 2024 - 12:22
 0  10
।। ଛୁଆଙ୍କ ଉପରେ ଅଜଣା ରୋଗ ଆତଙ୍କ ଖେଳୁଛି ,ଏଯାଏଁ ସ୍ପଷ୍ଟ ଜଣାପଡି ନାହଁ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୋଡାପଦର ପଞ୍ଚାୟତର ସରାପାସ ଓ ଟେମରା ଗ୍ରାମରେ ଅଜଣା ରୋଗ ଆତଙ୍କ । ଏଥିରେ ଜଣେ ଛଅ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ କାରଣ ଏଯାଏଁ ସ୍ପଷ୍ଟ ଜଣାପଡି ନାହଁ । ତିନିଦିନ ଧରି ହସ୍ପିଟାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ବାବ ସଂଗ୍ରହ କରି ପ୍ରାଥମିକ ଚିକିତ୍ସା ଦେଇଛନ୍ତି। ସେହି ଗ୍ରାମର ପାଣି, ଜନସାଧାରଣଙ୍କ ରକ୍ତ ସଂଗ୍ରହ କରି ଟେଷ୍ଟ ପାଈଁ ପଠାଇଛନ୍ତି। ୧୪ ଜଣିଆ ହସ୍ପିଟାଲ ଟିମ ପ୍ରଭାବିତ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଚାରିଜଣ ଶିଶୁଙ୍କୁ ପରିବାର ସହ ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି । ନମୁନାର ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିତିଶ୍ କୁମାର ଝା ସୂଚନା ଦେଇଛନ୍ତି ।

 କଳାହାଣ୍ଡି ଜିଲ୍ଲାରୁ ବାବୁଲି ହରିଜନ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ