।।ଘରୋଇ ରିଙ୍ଗ କୂଅରୁ ପେଟ୍ରୋଲ ବାହାରୁଥିବା ଘଟଣାର ଯାଞ୍ଚ ।।

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଶ୍ରୀରାମ ଛକ ନିକଟରେ ଏକ ଘରୋଇ ରିଙ୍ଗ କୂଅରେ ପେଟ୍ରୋଲ ବାହାରୁଥିବା ଘଟଣାର ଯାଞ୍ଚ କରାଯାଇଛି । ବଲାଙ୍ଗିର ଇଣ୍ଡିଆନ ପେଟ୍ରୋଲ ଏରିଆ ମ୍ୟାନେଜର ଏହାର ଯାଞ୍ଚ କରିଛନ୍ତି । ଗୁରୁବାର ଅପରାହ୍ନ ୪ଟାରେ ସେ କୂଅ ନିକଟରେ ପହଞ୍ଚି ଯାଞ୍ଚ କରିଥିଲେ ହେଲେ ନିକଟରେ ଥିବା ପେଟ୍ରୋଲ ପମ୍ପରୁ କୌଣସି ଲିକ୍ ହୋଇ ନ ଥିବା ସେ କହିଛନ୍ତି । ଏଣୁ ଏହା ଆହୁରି ରହସ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି । ପେଟ୍ରୋଲ ପମ୍ପ ମାଲିକ ଓ ସଂପୃକ୍ତ ପରିବାର ମଧ୍ୟରେ ଆଲୋଚନା ଚାଲିଛି । ଏହି କୂଅକୁ ପୋତି ଏକ ବୋରୱେଲ ଖନନ କରିବା ପାଇଁ ଆଲୋଚନା ଚାଲିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ପରିବାର ଲୋକେ ସ୍ନାନ ଶୌଚ କିମ୍ବା ରୋଷେଇବାସ କରିପାରୁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






