ଗ୍ରୀନ କ୍ଲିନ ପୁଣିତରେ ଆରମ୍ଭ କରିଛି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ

Nov 16, 2024 - 20:10
 0  11
ଗ୍ରୀନ କ୍ଲିନ ପୁଣିତରେ ଆରମ୍ଭ କରିଛି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ

ପୋଲିସ ପୁଣି କଡା ପଦକ୍ଷପ ନେଇ ଆରମ୍ଭ କରିଛି ଅପ୍ରେସନ ଗ୍ରୀନ କ୍ଲିନ। ମାଛକୁଣ୍ଡ, ପାଡୁଆ, ନନ୍ଦପୁର ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବରେ ବିଲାପୁଟ ପଞ୍ଚାୟତ ର ଅରଗଣ୍ଡା, ବିଲାପୁଟ ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟେଟ ଙ୍କ ଉପସ୍ଥିତି ରେ ପ୍ରାୟ ୧୨ଏକର ଜମିରୁ ପ୍ରାୟ ୧୩ହଜାର ଗଞ୍ଜେଇ ଗଛନଷ୍ଟ କରାଯାଇଛି। ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଅପ୍ରେସନ ଗ୍ରୀନ କ୍ଲିନ ଜାରିରହିଛି।ଏହି ଅଞ୍ଚଳଟି ଓଡିଶା ଓ ଆନ୍ଦ୍ରପ୍ରଦେଶ ର ସୀମାନ୍ତ ଅଞ୍ଚଳ ହେଇଥିବା ବେଳେ ଗ୍ରାମକୁଲାଗି ରହିଛି ଜଲାପୁଟ ଜଳ ବଣ୍ଡାର ପାଣି ସୁବିଧା ଥିବାରୁ ଏଠି ବେ ଧଡ଼କଭାବରେ ଗଞ୍ଜେଇ ଚାଷ କରାଯାଉଛି। ଚାଷୀଙ୍କ ସଚେତନତା ଅଭାବରୁ ଏଠି ଦୀର୍ଘ ବର୍ଷ ଧରି ଚାଷି ଗଞ୍ଜେଇ ଚାଷ କରୁଛି। ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହଇଥିବାରୁ।ଡିବିଏଫ୍ ପର୍ସ ମାଛକୁଣ୍ଡ, ନନ୍ଦପୁର, ଜୋଲାପୁଟ, ଲମତାପୁଟ ପୋଲିସ ଏବଂ କୋରାପୁଟ ଅବକାରୀ ମିଳିତ ଉଦ୍ୟମରେ ସକାଳ ୦୯ଟା ଠାରୁ ଆରମ୍ଭ ହୋଇଛି। ଅପ୍ରେସନ ସନ୍ଧ୍ୟା ୦୫ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଗଞ୍ଜେଇ ଚାଷ ଜଙ୍ଗଲ ଜମି ନା ମାଲିକାନା ଜମିରେ ହୋଇଛି ସ୍ଥାନୀୟ ଆରଆଇ ଙ୍କ ରିପୋର୍ଟ ମିଳିବା ପରେ ଯଦି ସେଇ ଜମି ମାଲିକାନା ହୋଇଥାଏ ତା ହେଲେ ସୋମ୍ପୃକ୍ତ ଜମି ମାଲିକଙ୍କ ନାମରେ ମାମଲା ରୁଜୁ ହେବ। ଏବଂ ଚାଷୀଙ୍କୁ ମୁଖ୍ୟ ସ୍ରୋତ କୁ ପେରି ଆସି ପନିପରିବା ଚାଷ କରିବା ପାଇଁ ଅନୁରଧ କରିଛନ୍ତି। ନନ୍ଦପୁର ଏସ୍‌. ଡି. ପି. ଓ ସମ୍ବିତ କୁମାର ମାଝୀ।

ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ