ଗୋଟାଏ ଦିନରେ ମୟୁରଭଞ୍ଜ ଡାକ ମଣ୍ଡଳ ଦ୍ୱାରା ୧୫୬୬୧ ମହିଳା ସମ୍ମାନ ସଂଚୟ ସାର୍ଟିଫିକେଟ କରି ରେକର୍ଡ

Nov 25, 2024 - 20:03
 0  9
ଗୋଟାଏ ଦିନରେ ମୟୁରଭଞ୍ଜ ଡାକ ମଣ୍ଡଳ ଦ୍ୱାରା ୧୫୬୬୧ ମହିଳା ସମ୍ମାନ ସଂଚୟ ସାର୍ଟିଫିକେଟ କରି ରେକର୍ଡ

ବାରିପଦା-ତା୨୪.୧୧.୨୪ ମୟୂରଭଞ୍ଜ ଡ଼ାକ ମଣ୍ଡଳ ଅଧିନସ୍ଥ ସମସ୍ତ ଡ଼ାକଘର ଜରିଆରେ ଗୋଟାଏ ଦିନରେ ରେକର୍ଡ଼ ସଂଖ୍ୟକ ୧୫୬୬୧ ମହିଳା ସମ୍ମାନ ସଂଚୟ ସାର୍ଟିଫିକେଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରାଯାଇଛି ବୋଲି ମୟୁରଭଞ୍ଜ ମଣ୍ଡଳର ଡାକ ଅଧିକ୍ଷକ ବସନ୍ତ ସିଂହ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୨୩ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଶତକଡା ୭.୫ ବାର୍ଷିକ ସୁଧହାର ବିଶିଷ୍ଟ ଏହି ମହିଳା ସମ୍ମାନ ସଂଚୟ ସାର୍ଟିଫିକେଟ ଆସନ୍ତା ମାର୍ଚ୍ଚ ୨୦୨୫ ରେ ଶେଷ ହେଉଥିବାରୁ ମୟୁରଭଞ୍ଜ ଡାକ ମଣ୍ଡଳ ତରଫରୁ ନଭେମ୍ବର ବାଇଶି ତାରିଖରେ କୋଡିଏ ହଜାର ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିଲା l ମୟୁରଭଞ୍ଜର ସମସ୍ତ ଡାକ କର୍ମଚାରୀଙ୍କ ପ୍ରଚେଷ୍ଟାରେ ଚଳିତ ବାଇଶି ତାରିଖରେ ୧୫୬୬୧ ଖଣ୍ଡ ଆକାଉଣ୍ଟ ଖୋଲା ହେବାସହ ସେହି ଦିନ କେବଳ ଏହି ଯୋଜନାରେ ତେର କୋଟିରୁ ଉର୍ଦ୍ଧ ଟଙ୍କା ଡାକ ଘରେ ଜମା ହୋଇଥିଲା ବୋଲି ଅଧିକ୍ଷକ ବସନ୍ତ ସିଂହ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଜଣେଇଛନ୍ତି l ମୟୁରଭଞ୍ଜ ଡାକ ମଣ୍ଡଳର ଏହି ଅଭୁତପୂର୍ବ ସଫଳତା ପାଇଁ ବାରିପଦା ପରିଦର୍ଶନରେ ଆସିଥିବା ଓଡିଶା ପରିମଣ୍ଡଳର ଡାକ ନିର୍ଦେଶକ ପଙ୍କଜ ମିଶ୍ର ସମସ୍ତ ଡାକ କର୍ମଚାରୀଙ୍କୁ ଧନ୍ୟବାଦ ଦେବାସହ ଏହି ଯୋଜନାରେ ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇନଥିବା ମହିଳାଙ୍କୁ ମାର୍ଚ୍ଚ ସୁଦ୍ଧା ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଚେଷ୍ଟା କରିବାକୁ କହିଥିଲେ l ସହ ଅଧିକ୍ଷକ ପ୍ରଣବ କୁମାର ମିଶ୍ର ଗୋଟାଏ ଦିନରେ ଏହି ଯୋଜନାରେ ରେକର୍ଡ ସଂଖ୍ୟାରେ ଜମା ଖାତା ଖୋଲିଥିବା ସମସ୍ତ ଡାକ କର୍ମଚାରୀଙ୍କୁ ସାଧୁବାଦ ଦେବାସହ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ମହିଳା ଉପଭୋକ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ