।। ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ।।

Dec 11, 2023 - 17:16
 0  180
।। ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ।।

ପଟ୍ଟାଙ୍ଗି ୧୧/୧୨: ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମ ପଟ୍ଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ପିତମ ପାଢିଙ୍କଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି୤ ଆମନ୍ତ୍ରୀତ ସମସ୍ତ ଅତିଥି ଛାତ୍ରଛାତ୍ରୀ ଏବଂ କର୍ମଚାରୀ ପଟ୍ଟାଙ୍ଗିର ଅଧିଷ୍ଟାତ୍ରୀ ଦେବୀ ମା’ ଗାଙ୍ଗେଶ୍ୱରୀଙ୍କ ନିକଟରେ ପୁଜାର୍ଚ୍ଚନା କରି ଏକ ବିଶାଳ ପଟୁଆରରେ ଆସି ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲେ ୤ ଏଠାରେ ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟଦେଇ ନୂଆ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ୤ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମକୃଷ୍ଣ ସାମଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାକରି ନୂଆ ଓଡିଶା କାର୍ଯ୍ୟକ୍ରମର ଆଭିମୂକ୍ଷ ସମ୍ବନ୍ଧରେ ଉପସ୍ଥିତ ଅତିଥି ତଥା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ୤ ମୂକ୍ଷ ଅତିଥି ତଥା ପଟ୍ଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ପିତମ ପାଢୀ କହିଥିଲେ ନବିନ ସରକାରରେ ଯୋଜନାର ଅଭାବ ନାହିଁ ପିଲା ଠାରୁ ବୟଷ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଯୋଜନାମାନ ରହିଛି୤ ଯୁବ ଓଡିଶା କାର୍ଯ୍ୟକ୍ରମ ହେଉଛି କଲେଜ ପଢୁଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିଶେଷ ଯୋଜନା୤ ଏହି କାର୍ଯ୍ୟକ୍ରମରେ ମୂକ୍ଷ ବକ୍ତା ଭାବରେ ଯୋଗଦେଇ ପଟ୍ଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ କୁମାର ପ୍ରଧାନ କହିଥିଲେଯେ ଏହି କାର୍ଯ୍ୟକ୍ରମଦ୍ୱାରା ଓଡିଶାର ଯୁବ ପ୍ରତିଭା ଉପଯୁକ୍ତ ସ୍ଥାନ ପାଇପାରିବେ୤ ଏହି କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ପାଙ୍ଗୀ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଟୀକାଇ ଗେମେଲ ସାଂସଦ ପ୍ରତିନିଧି ଶ୍ରୀ ଯୁକ୍ତ ଅର୍ଜୁନ ବାଙ୍କା, ବିଧାୟକ ପ୍ରତିନିଧି ଜୟସେନ ପଡାସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଚିତ୍ତରଞ୍ଜନ ମିଶ୍ର, ଶିକ୍ଷକ ପ୍ରତାପ କୁମାର ପରିଡା, ସାସ୍କୃତିକ, କ୍ରୀଡା ଏବଂ ସାମାଜିକ କାର୍ଯ୍ୟକ୍ରମ ଦାୟୀତ୍ୱରେ ଥିବା ଅଧ୍ୟାପକ ଅଶୋକ ନାୟକ, ଡଃ ଶେଷଦେବ ବାରିକ, ଅଧ୍ୟାପିକା ରାଜଶ୍ରୀ କୁମାରୀ ବିଶ୍ୱାଳ, ଯୋସ୍ନାମୟୀ ସାହୁ, ସଞ୍ଜୟ କୁମାର ପରିଡା, ଅନୀଲ କୁମାର ଖିଲ୍ଲ, ହୃଷିକେଶ ପ୍ରଧାନ, ଫକିର ମୋହନ ପଣ୍ଡା, ଦଇମତି ଗୁଣ୍ଠା, ତୋଟାପାଡିଆ ଯିନୁ କ୍ରୀଡାଶିକ୍ଷକ ସୁକାନ୍ତ ଚନ୍ଦ୍ର ରାଉତରା ଛାତ୍ର ପ୍ରତିନିଧି ସୁରଜ ବାଙ୍କା, ସନ୍ତୋଷି ମୁଣ୍ଡଗଡିଆ, ସୋନାଲି ଗୁଣ୍ଠା ପ୍ରମୁଖ ସହଯୋଗ କରିଥିଲେ୤ ଅବସରପ୍ରାପ୍ତ ଶିକ୍ଷକ ଡଃ ଅଶୋକ କୁମାର ମହାନ୍ତୀ ମଞ୍ଚ ପରିଚାଳନା କରିଥିଲେ, ସରସ୍ୱତୀ ବିଦ୍ୟା ମନ୍ଦିର ଦାମନଯୋଡିର ସଂଗିତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳ, ନୃତ୍ୟ ଶିକ୍ଷକ ମାନଭଞ୍ଜନ ଯେନା, ପଦ୍ମାଲୋଚନ ଦାସ, ସହଯୋଗ କରିଥିଲେ୤ ଏହି କାର୍ଯ୍ୟକ୍ରମରେ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୫୦ରୁ ଅଥିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ୤ ଏହି କାର୍ଯ୍ୟକ୍ରମଟି ନୂଆ ଓଡିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ସରୋଜ ରଞ୍ଜନ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା୤ ପ୍ରମୁଖ ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଏବଂ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ହୋଇଯାଇଛି.l

ପଟାଙ୍ଗି ରୁ କୃଷ୍ଣ ଚନ୍ଦ୍ର ଗୋଲରୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ