।। ଗାଁର ପୁଅକୁ ହରାଇ ଝୁରୁଛି ଜନ୍ମମାଟି ,ଅପେରା ରାଇଜରେ ବୀର ଯବାନ ।।

Jul 29, 2024 - 17:00
 0  123
।। ଗାଁର ପୁଅକୁ ହରାଇ ଝୁରୁଛି ଜନ୍ମମାଟି ,ଅପେରା ରାଇଜରେ ବୀର ଯବାନ ।।

ବରୀ,୨୮/୦୭(ବି.ପ୍ର)- ଜନ୍ମ ଅଛି ମାନେ ମୃତ୍ୟୁ ନିଶ୍ଚିତ ।ହେଲେ ଆକସ୍ମିତ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦିଏ ।ଯାହା ଆଜି କାନ୍ତିଆ ଗାଁ କୁ ଦେଖିଲେ ପ୍ରମାଣିତ ହୁଏ ।ବୀର ଯବାନକୁ ହରାଇ ଆଜି କାନ୍ଦୁଛି ଗାଁ,କାନ୍ଦୁଛି ପରିବାର,କାନ୍ଦୁଛନ୍ତି ପ୍ରିୟଜନ,ଝୁରୁଛି ଜନ୍ମ ମାଟି ।ଯେଉଁ ଯବାନଙ୍କୁ ଜନ୍ମ ଦେଇ ଦିନେ କନ୍ତିଆ ଗାଁ ଗର୍ବ କରୁଥିଲା,ସେହି ଯବାନ କୁ ହରାଇ ସାରା ଗାଁ,ସାରା ଅଞ୍ଚଳ ଆଜି ଶୋକାକୁଳ ପରିବେଶ ।କାହିଁକିନା ଗାଁର ପୁଅ ବୀର ଯବାନ ସୁବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛି ।ଦିନେ ଯେଉଁ ଯବାନ ଶତ୍ରୁଙ୍କ ଆଖିରୁ ନିଦ ହଜେଇ ଦେଉଥିଲା,ଆଜି ସେ ସବୁଦିନ ପାଇଁ ଚିର ନିଦ୍ରାରେ ସୋଇପଡିଛନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରୀ ଅଞ୍ଚଳରେ ।ସୂଚନାଯୋଗ୍ୟ ବରୀ ବ୍ଲକ ଅନ୍ତର୍ଗତ ଵୋଦୁଅ ପଂଚାୟତ କାନ୍ତିଆ ଗ୍ରାମର ନିରଞ୍ଜନ ପ୍ରଧାନ ।ପିତା ବଇଦ୍ୟନାଥ ପ୍ରଧାନ,ମାତା ସୁଖିଲତା ପ୍ରଧାନଙ୍କ କୋଳରୁ ତୃତୀୟ ସନ୍ତାନ ଭାବେ ୩/୦୯/୧୯୬୭ ମସିହାରେ ଜନ୍ମ ଗ୍ରହଣ କରନ୍ତି ନିରଞ୍ଜନ । ନିରଞ୍ଜନଙ୍କ ପିଲାବେଳୁ ରହିଥିବା ଦେଶ ପ୍ରେମ ତାଙ୍କୁ ଯବାନ ଭାବେ ଦେଶ ସେବା କରିବାର ସୁଯୋଗ ମିଳିଥିଲା ।୧୫/୦୯/୧୯୮୯ମସିହାରେ ଦେଶ ମାତୃକାର ସେବା କରିବା ପାଇଁ CISF ଯବାନ ଭାବେ କାର୍ଯ୍ୟରେ ଯୋଗ ଦିଅନ୍ତି ।ନିଜର କାର୍ଯ୍ୟ ଦକ୍ଷତା ଓ ପ୍ରତିପକ୍ଷ ଶତ୍ରୁଙ୍କ ଜବାବ ଦେବାରେ ବେଶ ମାହୀର ଥିଲେ ନିରଞ୍ଜନ ।ସେ ଥିଲେ ସମସ୍ତଙ୍କର ବେଶ ଆଦରର ମଣିଷ ।ନିଜ ଜନ୍ମମାଟି କନ୍ତିଆରେ ସେ ଥିଲେ ଜଣେ ପରୋପକାରୀ ଓ ଦରଦୀ ମଣିଷ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ହେଲେ ଜୁଲାଇ ୨୭ତାରିଖ ରାତି ଥିଲା ନିରଞ୍ଜନଙ୍କ ପାଇଁ କାଳରାତ୍ରି ।ସମୟ ଥିଲା ରାତି ୯.୪୦ ମିନିଟ । ନିଜ ବାଇକ ଯୋଗେ ଡିଉଟିକୁ ବାହାରିଥିଲେ ନିରଞ୍ଜନ ।ମାତ୍ର ଭୁବନେଶ୍ୱର ଏୟାର ପୋଟ ରାସ୍ତା ରେ ସାମ୍ନା ପଟୁ ଏକ କାର ନିରଞ୍ଜନ ଙ୍କୁ ଧକା ଦେଇଥିଲା । ନିରଞ୍ଜନ ଘଟଣା ସ୍ଥଳରେ ପଡ଼ିଯାଇଥିଲେ ।ନିରଞ୍ଜନ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ନିରଞ୍ଜନକୁ ମୃତ ଘୋଷଣା କରିଥିଲେ । ନିରଞ୍ଜନଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ହତବାକ ହୋଇଯାଇଥିଲେ ।ସବୁ ଯେମିତି ନିମିଶକ ମଧ୍ୟରେ ଓଲଟ ପାଲଟ ହୋଇଯାଇଥିଲା ।କେହି ବିଶ୍ବାସ କରି ପାରିନଥିଲେ ।ହେଲେ ସବୁପରେ ମଧ୍ୟ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିଥିଲା,ସଡ଼କ ଦୁର୍ଘଟଣାରେ ସବୁଦିନ ପାଇଁ ପ୍ରାଣ ହରାଇଛନ୍ତି ନିରଞ୍ଜନ ।ପରେ ନିରଞ୍ଜନଙ୍କ ପାର୍ଥିବ ଶରୀରକୁ CISF କାର୍ଯ୍ୟାଳୟକୁ ନିଆ ଯାଇ ସେଠାରେ ଗାଡ ଅଫ୍ ଅନର ଦିଆଯିବା ପରେ ନିଜ ଜନ୍ମ ମାଟିକୁ ଅଣାଯାଇଥିଲା । ନିରଞ୍ଜନଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଗାଁ ଦାଣ୍ଡ କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା ।ଶେଷରେ ନିରଞ୍ଜନଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ନେଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି।ନିରଞ୍ଜନଙ୍କ ମୃତ୍ୟୁରେ ବରୀ ବିଧାୟକ ବିଶ୍ୱରଂଜନ ମଲିକ,ସରପଞ୍ଚ ଦେବୀପ୍ରସାଦ ମିଶ୍ର,ଦେବେନ୍ଦ୍ର ଦାସ,ଦିଲ୍ଲୀପ ରଣା,ଦେବାକାନ୍ତ ରାୟ, ହିମାଂଶୁ ଶେଖର ଧଳ,ବୀରକିଶୋର ଧଳ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ