ଖରିଆର ରୋଡ଼ ଯୋଙ୍କ ଥାନା ଅଞ୍ଚଳ ରେ ଜୁଆ ଆଡ୍ଡା ରେ ଚଢାଉ ୮୧ ଜଣ ଯୁଆଡି ଅଟକ:୨୯ ଲକ୍ଷ ଟଙ୍କା ସହ ୩୨ ଗୋଟି ଗାଡ଼ି ଓ ୮୮ ଟି ମୋବାଇଲ ଜବତ୍

Nov 25, 2024 - 19:17
 0  18
ଖରିଆର ରୋଡ଼ ଯୋଙ୍କ ଥାନା ଅଞ୍ଚଳ ରେ ଜୁଆ ଆଡ୍ଡା ରେ ଚଢାଉ ୮୧ ଜଣ ଯୁଆଡି ଅଟକ:୨୯ ଲକ୍ଷ ଟଙ୍କା ସହ ୩୨ ଗୋଟି ଗାଡ଼ି ଓ ୮୮ ଟି ମୋବାଇଲ ଜବତ୍

ନୂଆପଡ଼ା ଜିଲ୍ଲା ରେ ଏକ ବଡ଼ ଧରଣ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ । ଚଢାଉ ରୁ ୮୧ ଜଣ ଯୁଆଡ଼ି କୁ ଗିରଫ କରି ଅଟକ ରଖି ଥିବା ବେଳେ ସେମାନଙ୍କ ଠାରୁ ୨୭ ଗୋଟି ଚାରି ଚକିଆ ଗାଡ଼ି, ପାଞ୍ଚଟି ଦୁଇ ଚକିଆ ଗାଡ଼ି, ୮୮ ଗୋଟି ମୋବାଇଲ ଫୋନ୍ ସହ ନଗଦ ୨୯ଲକ୍ଷ ୪୫ ହଜାର ୪୦୫ ଟଙ୍କା କୁ ଜବତ୍ କରି ତଦନ୍ତ ଜାରି ରଖିଥିବା ନୂଆପଡ଼ା ଏସପି ରାଘେବିଂଦ୍ର ଗୁଣ୍ଡାଲା ରେଡ୍ଡୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦିର୍ଘ ଦିନ ହେବ ଜୋଙ୍କ ଥାନା ଠେଲକୋବେଡା ଗାଁ ନିକଟସ୍ଥ ଜଙ୍ଗଲ ରେ ଜୁଆ ଖେଳ ଚାଲି ଆସିଥିଲା । ବାରମ୍ୱାର ଜିଲ୍ଲା ପୋଲିସ କୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ହେଁ ସଠିକ୍ ଖବର ର ଅଭାବ ରୁ ନୂଆପଡ଼ା ପୋଲିସ ଏଥିରେ ବିଫଳ ହୋଇଥିଲା । ଶେଷ ରେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ଙ୍କ ନେତୃତ୍ବ ରେ କୋରାପୁଟ ଏବଂ ନୂଆପଡ଼ା ପୋଲିସ ମିଳିତ ଚଢାଉ କରିଥିଲେ। ଏହି ଚଡାଉ ବେଳେ ନୂଆପଡ଼ା ଏସ ପି ରାଘବେନ୍ଦ୍ର ରେଡ୍ଡୀ ସମେତ ଖରୀଆର ରୋଡ ଥାନା ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଚଢାଉ ସମୟରେ ବ୍ୟାପକ ପୋଲିସ ଓ ଯବାନ ମୁତୟନ ହୋଇ ସମସ୍ତ ଜୁଆଡ଼ିଙ୍କୁ କାବୁ କରିଥିଲେ । ଗିରଫ ଜୁଆଡ଼ି ମାନେ ଛତିଶଗଡ ରାଜ୍ୟ ର ୬୪ ଜଣ ମହାରାଷ୍ଟ୍ର ର ଜଣେ ଥିବା ବେଳେ ଅନ୍ୟ ମାନେ ନୂଆପଡ଼ା ଜିଲ୍ଲା ର ବୋଲି ଜଣା ପଡିଛି । ବର୍ତ୍ତମାନ ପୋଲିସ ସମସ୍ତ ଜୁଆଡି ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି । Byte- 1- ରାଘବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ( ଏସପି ନୂଆପଡ଼ା) ।

 ନୂଆପଡ଼ା ରୁ ବିଶ୍ୱନାଥ ସାମଲ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ