।। ଖଣ୍ଡୁଆଳ ରଜା ମହିଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।।

Sep 29, 2024 - 14:54
 0  13
।। ଖଣ୍ଡୁଆଳ ରଜା ମହିଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।।

ମହିଳା ମାନେ କିପରି ଆତ୍ମ ନିର୍ଭରଶୀଳ ହୋଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ୍ ହେବେ ଓ ତାଙ୍କର ଅର୍ଥନୈତିକ ବିକାଶ ହୋଇ ପାରିବ , ସେଥିପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମହିଳା ମାନଙ୍କ ପାଇଁ କାର୍ଯ୍ୟକାରୀ କରୁଛନ୍ତି।‌ ଏଭଳି ଏକ କାର୍ଯ୍ୟକ୍ରମ ଖଣ୍ଡୁଆଳ ରଜା ମହିଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିରିମସ୍କା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାବାର୍ଡର ଜିଲ୍ଲା ମୂଖ୍ୟ ଯୋଗଦାନ କରି ମହିଳା ମାନେ କିପରି ଆତ୍ମ ନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇ ପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ। ମହିଳା ମାନେ ନିଜ ଗାଁ ରେ କୃଷିଭିତ୍ତିକ ବିଭିନ୍ନ ପନିପରିବା,ଫଳ ଇତ୍ୟାଦି ଚାଷକରି ତାହାର ଉଚିତ ମୂଲ୍ୟ କିପରି ପାଇବେ ଓ ଅଞ୍ଚଳରେ ବିକାଶର ଉଦାହରଣ ସୃଷ୍ଟି କରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ୧୦ଟି ବିଭାଗ ଏଥିରେ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଶନ୍ନ କୁମାର ସିଂ , ମହେଶ୍ୱର ଦାସ ନାବାର୍ଡ ଅଧିକାରୀ କଳାହାଣ୍ଡି, ସ୍ଥାନୀୟ ସରପଞ୍ଚ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ମାନେ ଯୋଗଦାନ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ