କ୍ରୀଡା କ୍ଷେତ୍ର ରେ ସଫଳ ହେଉଛନ୍ତି ମଧୁସ୍ମିତା

Dec 1, 2025 - 15:44
 0  10
କ୍ରୀଡା କ୍ଷେତ୍ର ରେ ସଫଳ ହେଉଛନ୍ତି ମଧୁସ୍ମିତା

କନ୍ଧମାଳ, ସରୋଜ ପ୍ରଧାନୀ, ପୁରୁଷୋତ୍ତମପୁର ଅଞ୍ଚଳ ର ସନ ସାଇନ ଇଣ୍ଟରନେସନାଲ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ଅନନ୍ୟ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ୍। ସେ ନାଚ ହେଉ କି ଖେଳ, ସବୁଥିରେ ଆଗରେ ରହି ନିଜ ନିଜ ବର୍ଗରେ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମଧୁସ୍ମିତାଙ୍କ ଏହି ଅନନ୍ୟ ପ୍ରତିଭା ପାଇଁ ସେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଆଗାମୀ ଦିନରେ ସାରା ଓଡିଶାରେ ନିଜର ପ୍ରତିଭା ଦେଖାଇବାର ସ୍ବପ୍ନ ଦେଖୁଛନ୍ତି ମଧୁସ୍ମିତା। ରାଜ୍ୟ ସ୍ତରୀୟ ଆଥେଲଟ ରେ ନିଜ ର ପରିଚୟ ସୃଷ୍ଟି ପାଇଁ ଜାରି ରଖିଛନ୍ତି ପ୍ରଚେଷ୍ଟା. ମଧୁସ୍ମିତାଙ୍କ ଭବିଷ୍ୟତ ପାଇଁ ଆମର ଶୁଭେଚ୍ଛା ରହିଲା। ଆଗାମୀ ଦିନରେ ମଧୁସ୍ମିତା କିତେ ଦୂର ଯିବେ ଏବଂ ସେ କିପରି ନିଜର ପ୍ରତିଭା ଦେଖାଇବେ ତାହା ଦେଖିବାକୁ ସମସ୍ତେ ଆଗ୍ରହୀ। ଦୌଡ଼, ଖୋକ, ହାଇଜମ୍ପ, ଲଙ୍ଗ ଜମ୍ପ, ରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ରେ ସଫଳ ହେଉଥିବା ମଧୁସ୍ମିତା ଏବେ ଜିଲ୍ଲା ସ୍ତରୀୟ କ୍ରୀଡା ରେ ଭାଗ ନେଉଛନ୍ତି. ଆଗାମୀ ଦିନରେ ଜଣେ ସଫଳ କ୍ରୀଡ଼ାବିତ ହେବା ନେଇ ପରିବାର ବର୍ଗ, ଅଞ୍ଚଳବାସୀ ଶୁଭମନା ସୁଛନ୍ତି.

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ