।। କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଡାକରା ।।

Oct 4, 2024 - 15:05
 0  12
।। କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଡାକରା ।।

ଆଜି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ କରି ଲକ୍ଷ୍ମୀପୁର ରେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।ଏହି ବନ୍ଦ ପାଳନ ଯୋଗୁଁ ଅନେକ ଯାନବାହାନ ଲକ୍ଷ୍ମୀପୁର ଆମ୍ବେଦକର ଛକର ଦୁଇ ପାର୍ଶ୍ୱରେ ଅଟକି ରହିଥିବା ବେଳ ବହୁ ସଂଖ୍ୟାରେ ଲୋକ ହଇରାଣ ହରଗତର ସମୁଖୀନ ହୋଇଥିଲେ। ଲକ୍ଷ୍ମୀପୁର ବଜାର ବନ୍ଦ ଥିବାରୁ ଗ୍ରୀନ ଇଣ୍ଡିଆ ଗୃପ ତରଫରୁ ସଭିଙ୍କୁ ପାଣି ବୋତଲ ସହ ବିସ୍କୁଟ ବଣ୍ଟନ କରାଯାଇଥିବା ବେଳେ ଆନ୍ଦୋଳନ କାରୀଙ୍କ ତରଫରୁ ରନ୍ଧା ଖାଦ୍ୟ ଦିଆ ଯାଇଥିଲା।ଏଥି ସହ କିଛି ପରୀକ୍ଷାର୍ଥୀ ପାରଳାଖେମୁଣ୍ଡି ସରକାରୀ ବସରେ ଯାଉଥିବା ବେଳେ କିଛି ସମୟ ଧରି ଅସୁବିଧାରେ ପଡ଼ିଥିଲେ।ଏହି ବନ୍ଦ ପାଳନକୁ ଲକ୍ଷ୍ମୀପୁର ବଣିକ ସଙ୍ଘ ସମେତ କିଛି ଅବସର ପ୍ରାପ୍ତ କର୍ମଚାରୀ ସମର୍ଥନ ଦେଇଥିବା ବେଳେ ଲଷ୍ମୀପୂର ବିଧାୟକ ପବିତ୍ର ସାଉଁତା,ପୂର୍ବତନ ସାଂସଦ ଝିନ୍ନ ହିକକା,ସାଂସଦ ପ୍ରତିନିଧି କୈଳାସ ଖୋସଲା,ଯୁବ ନେତା ମଣ୍ଟି ଖରା,ତୟାପୁଟ ସମିତି ସଭ୍ୟ ବିଷ୍ଣୁ ଖରା,ଲକ୍ଷ୍ମୀପୁର ପୂର୍ବତନ ସମିତି ସଭ୍ୟ ରାଧେଶ୍ୟାମ ଜାନି, ଭୁରିମାଲ ଖରା ପ୍ରଭୁତି ଯୋଗ ଦେଇ ଥିଲେ।ସେହି ପରି ଜିଲ୍ଲା ଭିତିକ ନିଯୁକ୍ତି ଦାବି କୁ ନେଇ କାକିରିଗୁମା ଠାରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିଲା।ଏନେଇ ସେଠକାର କିଛି ଯୁବକ, ସରପଞ୍ଚ,ସମିତି ସଭ୍ୟ ମିସି ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା।ଏଇ କ୍ଷେତ୍ରରେ ବ୍ଲକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିଲା।ଏହି ବନ୍ଦ ପାଳନକୁ ଆଖି ଆଗରେ ରଖି କୌଣସି ଅପ୍ରତିକର ଘଟଣା ନଘଟିବା ପାଇଁ ଆଇଆଇସି ସୁଜ୍ଞାନୀ ସାହୁ, ସବ ଇନିସ୍ପେକ୍ଟର ମାନସ ପ୍ରଧାନ,ଶାନ୍ତି ଲତା ବେହେରା,ଏଏସଆଇ ରମେଶ କିନ୍ତାଲି ଅବରୋଧ ସ୍ଥାନରେ ବ୍ୟାପକ ପୋଲିସ କର୍ମୀଙ୍କ ସହ ଉପସ୍ଥିତ ଥିଲେ। ଲଷ୍ମୀପୂର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ