କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Dec 9, 2024 - 19:51
 0  9
କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା,ତା - 09/12 /24 ଆଜି କୋମନା ବ୍ଲକ୍ ସଭା ଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଶିବିର ରେ ଯୋଗ ଦେଇଥିଲେ lଆଜି ଶିବିରରେ ମୋଟ 137ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି l ଏଥିରୁ 94 ଟି ବ୍ୟକ୍ତିଗତ ଓ 43 ଟି ଗୋଷ୍ଠୀଗତ ଅଭିଯୋଗ ଥିଲା l ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଜିତେନ୍ଦ୍ର ରଣା, ଗ୍ରାମ- କାଣ୍ଡେତରା ଙ୍କୁ ପାଞ୍ଚ ହଜାର ଟଙ୍କାର ଆଶୁ ସହାୟତା ଚିକିତ୍ସା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଯୋଗାଇ ଦିଆ ଯାଇଥିଲା l ଭିନ୍ନକ୍ଷମ ହୃଦେ ତାଣ୍ଡି, ଗ୍ରାମ ପାଣ୍ଡେଲ ବାହାଲି ଙ୍କୁ ଗୋଟିଏ ନୂତନ ହୁଇଲ୍ ଚେଆର୍ ଦିଆଗଲା l ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହିତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଏ ପି ଡି ଯୋଗେଶ୍ଵର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l କୋମନା ବିଡ଼ିଓ ହେମନ୍ତ ପୁଟା, ତହସିଲଦାର ପ୍ରୟାସି ପ୍ରଧାନ, ଡେପୁଟି କଲେକ୍ଟର ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ର ଆୟୋଜନ ହୋଇଥିଲା ଯେଉଁଠାରେ ବିଶେଷଜ୍ଞ ଡାକ୍ତର ଡଃ ରମେଶ ଚନ୍ଦ୍ର ପାଠକ, ଡଃ ଅନୁପ କୁମାର ଅଗ୍ରୱାଲ ପ୍ରମୁଖ ଚିକିତ୍ସା ଯୋଗାଇ ଦେଇଥିଲେ l ସେହିପରି ସ୍ଥାନୀୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ