।। କୃଷି ବିଜ୍ଞlନ କେନ୍ଦ୍ର ନୂଆପଡା ଠାରେ କ୍ଷୁଦ୍ର ଶଷ୍ୟର ମୂଲ୍ୟ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରତିଯୋଗିତା' ବା ମିଲେଟ ରେସିପି କଣ୍ଟେଣ୍ଟ ଅନୁଷ୍ଠିତ ।।

Nov 4, 2023 - 12:00
 0  20
।। କୃଷି ବିଜ୍ଞlନ କେନ୍ଦ୍ର ନୂଆପଡା ଠାରେ କ୍ଷୁଦ୍ର ଶଷ୍ୟର ମୂଲ୍ୟ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରତିଯୋଗିତା' ବା  ମିଲେଟ ରେସିପି କଣ୍ଟେଣ୍ଟ ଅନୁଷ୍ଠିତ ।।

ନୂଆପଡା : ଚଳିତ ଜାତୀୟ କ୍ଷୁଦ୍ର ଶଷ୍ୟ ବର୍ଷ 2023 ଉପଲକ୍ଷେ କୃଷି ବିଜ୍ଞlନ କେନ୍ଦ୍ର ନୂଆପଡା ଠାରେ ଆଜି ନୂଆପଡା ବ୍ଲକ ପାଇଁ ' କ୍ଷୁଦ୍ର ଶଷ୍ୟର ମୂଲ୍ୟ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରତିଯୋଗିତା' ବା ମିଲେଟ ରେସିପି କଣ୍ଟେଣ୍ଟ ପାଳନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ନିର୍ଣ୍ଣାୟକ ମଣ୍ଡଳୀ ହିସାବରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ହିମାଂଶୁ କୁମାର ମହାପାତ୍ର, ଜ଼ିଲ୍ଲା ଉଦ୍ୟାନ ବିଭଗ ସହକାରୀ ନିର୍ଦେଶକ ଶ୍ରୀ ହରେକ୍ରିଷ୍ଣା ହାଁସଦା, ଜ଼ିଲ୍ଲା ସମାଜ କଲ୍ୟାଣ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନ କୁମାରୀ ଲେମ୍ବୋ ଯୋଗଦାନ ଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରାଇଥିଲେ l ପ୍ରତିଯୋଗିତାରେ ନୂଆପଡା ଜ଼ିଲ୍ଲାର ବିଭିନ୍ନ ଗ୍ରାମରୁ ମହିଳା ମାନେ ଆସି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ତାଙ୍କ ଦ୍ୱାରା ପ୍ରସ୍ତୁତି କ୍ଷୁଦ୍ର ଶଷ୍ୟର ବ୍ୟଞ୍ଜନ ଗୁଡିକୁ ସୁନ୍ଦର ଭାବରେ ସଜାଇ ଉପସ୍ଥାପନା କରିଥିଲେ l ଶେଷରେ ପ୍ରତିଯୋଗିତରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରେର ବରିଷ୍ଟ ବୈଜ୍ଞାନିକ ସାସ୍ଵତି ପଟ୍ଟନାୟକଙ୍କ ସହ ଅନ୍ୟ କର୍ମଚାରୀ ମାନଙ୍କ ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ