।। କୁମାର କାନି ସ୍ଥିତ ଗୁଲ୍ମୀ ନାଲା ନିକଟରେ ନୂତନ ଭାରତ ପେଟ୍ରୋଲ ପମ୍ପ ଖୋଲିଲା ।।

Jul 9, 2024 - 13:18
 0  11
।।  କୁମାର କାନି ସ୍ଥିତ ଗୁଲ୍ମୀ ନାଲା ନିକଟରେ ନୂତନ ଭାରତ ପେଟ୍ରୋଲ ପମ୍ପ  ଖୋଲିଲା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗ ଡିଆଣି ପଞ୍ଚାୟତ ଅଧିନସ୍ଥ କୁମାରକାନୀ ଗ୍ରାମ ର ଗୁଲ୍ମିନାଲା ନିକଟରେଠାରେ ଖୋଲିଲା ନୂତନ ଭାରତ ପେଟ୍ରୋଲିୟମର ପମ୍ପ। ଏହା ଜୟପାଟଣା ଗ୍ରାମ ରାକେଶ ଜୈନଙ୍କ ଦ୍ବାରା ସ୍ଥାପିତ ହୋଇଥିବା ପେଟ୍ରୋଲ ପମ୍ପର ଶୁଭ ଉଦଘାଟନ ହୋଇ ଯାଇଛି ।ସୋମବାର ଉଦଘାଟନୀ ଉତ୍ସବରେମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ବାଗ ଡିଆଣି ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ମାଝୀ ଉପସ୍ଥିତ ରହି ଫିତା କାଟି ଉଦଘାଟିତ କରିଛନ୍ତି। ଥୁଆମୂଳ ରାମପୁର ବ୍ଲକର ଗୁଣପୁର ଏବଂ ଥୁଆମୂଳ ରାମପୁର ସଦରମହକୁମା ଠାରେ ପେଟ୍ରୋଲ ପମ୍ପ ରହିଥିବା ବେଳେ କୁମ୍ଭାରକାନୀ ଠାରେ ସ୍ଥାପନ ହୋଇଥିବା ପେଟ୍ରୋଲ ପମ୍ପ ଅଞ୍ଚଳର ଯାନବାହନ ପାଇଁ ଇନ୍ଧନର ଆବଶ୍ୟକତା ପୁରଣ କରିବାରେ ସହାୟକ ହେବ ବୋଲି ଅଞ୍ଚଳ ବାସୀ ବିଶ୍ବାସ ରଖିଛନ୍ତି।ସ୍ଥାନୀୟ ବାଗଡିଆଣି ଗ୍ରାମ ପଞ୍ଚାୟତ ସମେତ ବଡଛତ୍ରଙ୍ଗ,, ବିରିକୋଟ,ଡୁମେରପଦର, ତଳଝାପି, ଅଡ୍ରୀ, ଗୋପୀନାଥପୁର, ମାଳିଗାଁ ପଞ୍ଚାୟତ ଏବଂ ରାୟଗଡା କାଶୀପୁର ବ୍ଲକ ଅଞ୍ଚଳର ଲୋକେ ମଧ୍ୟ ସୁବିଧା ପାଇପାରିବେ।ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଏବଂ ଜନପ୍ରତିନିଧି ମାନଙ୍କ ସହିତ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ପମ୍ପ ରୁ ଜନତା ଙ୍କୁ ଉଚିତ ମୂଲ୍ୟ ଏବଂ ସୁବିଧା ଜଗାଇଦେବା ପାଇଁ ଶ୍ରୀ ଜୈନ ପ୍ରକାଶ କରିଥିଲେ l

ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ