କାଦୋମେରି ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ

Dec 21, 2024 - 20:22
 0  10
କାଦୋମେରି ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ

ନୂଆପଡ଼ା: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଦୋମେରି ଠାରେ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୁବନ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ବାରିକ , ସମ୍ମାନିତ ଅତିଥି ଭାବରେ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ସମିତି ସଭ୍ୟ ନିରୋଦ ଶବର ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବ ରାଜ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋହନ ମାଝୀ କୃପା ରାମ ରାଉତ୍, ଶଙ୍କର ଲାଲ ଅହିର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ପ୍ରତିଭା ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବାଳକ ବାଳିକା ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଆଗାମୀ ଦିନରେ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ମାଧ୍ୟମ ରେ ଆଗକୁ ବଢ଼ିବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପ୍ରଥମ ସମାପ୍ତି ସୂଚକ ଆକଳନ ରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୂରସୃତ କରାଯାଇଥିଲା । ଏହି କାର୍ଯକ୍ରମ ରେ ଟେକାଧର୍ ବାରିକ ସହ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ । ବାର୍ଷିକ ମହୋତ୍ସବ ର ସଫଳ ଆୟୋଜନ ରେ ବିଦ୍ୟାଳୟ ର ଶିକ୍ଷକ ତେକାଧର ବାରିକ , ନରେନ୍ଦ୍ର କୁମାର ବାରିକ ସାବିତ୍ରୀ ଭୋଇ ଲଖନ୍ ରାମ ମାଝୀ ଏବଂ ବିଦ୍ୟାଳୟ ର ସ୍ବେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରି ସାଙ୍ଗ ଘୋଷଣା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ