କାଦୋମେରି ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଦୋମେରି ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୁବନ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ବାରିକ , ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ନିରୋଦ ଶବର ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବ ରାଜ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋହନ ମାଝୀ କୃପା ରାମ ରାଉତ୍, ଶଙ୍କର ଲାଲ ଅହିର ପ୍ରମୁଖ ଯୋଗ ଦେଇ କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସବ ଜୁନିଅର୍, ଜୁନିଅର୍ ଓ ସିନିଅର ତିନୋଟି ବର୍ଗ ରେ ବାଳକ ବାଳିକା ବିଭାଗ ରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଆଗାମୀ ଦିନରେ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ମାଧ୍ୟମ ରେ ଆଗକୁ ବଢ଼ିବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି କାର୍ଯକ୍ରମ ରେ ସମୀର କୁମାର ବେହେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧାର ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ । କ୍ରୀଡା ପ୍ରତିଯୋଗିତା ର ସଫଳ ଆୟୋଜନ ରେ ବିଦ୍ୟାଳୟ ର ଶିକ୍ଷକ ତେକାଧର ବାରିକ , ନରେନ୍ଦ୍ର କୁମାର ବାରିକ ସାବିତ୍ରୀ ଭୋଇ ଲଖନ୍ ରାମ ମାଝୀ ଏବଂ ବିଦ୍ୟାଳୟ ର ସ୍ବେଚ୍ଛାସେବୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଟେକାଧର ବାରିକ ଧନ୍ୟବାଦ ଅର୍ପଣ କରି ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସାଙ୍ଗ ଘୋଷଣା କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






