।। କାଣିଗୁମା ପଞ୍ଚାୟତ ଅଧିନରେ ନ ରହିବାକୁ ଗୁଞ୍ଜିଗୁଡା ଗ୍ରାମବାସୀଙ୍କ ଦାବି, ନଚେତ୍ ଭୋଟ ବର୍ଜନ ।।

Mar 29, 2024 - 16:32
 0  50
।।  କାଣିଗୁମା ପଞ୍ଚାୟତ ଅଧିନରେ ନ  ରହିବାକୁ ଗୁଞ୍ଜିଗୁଡା ଗ୍ରାମବାସୀଙ୍କ ଦାବି, ନଚେତ୍ ଭୋଟ ବର୍ଜନ ।।

ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୂଚାରୁରୂପେ ତୃଣମୂଳ ସ୍ତରରେ କିପରି ପଞ୍ଚାୟତରାଜର ସୁଫଳ ପାଇପାରିବେ ସେଥିପାଇଁ ଜିଲ୍ଲା, ସବ୍ ଡିଭିଜନ, ବ୍ଳକ, ତହସିଲ,ଏନ୍ ଏ ସି ଓ ପଞ୍ଚାୟତ ଗୁଡ଼ିକର ପୁନର୍ଗଠନ କରୁଛନ୍ତି। କାରଣ ଏସବୁ ପ୍ରକ୍ରିୟା ଗୁଡ଼ିକ ପାଇଁ ବିଭିନ୍ନ ଦଳର ବିଧାୟକ ତଥା ସ୍ଥାନୀୟ ନେତାମାନେ ଧାରଣା ଆନ୍ଦୋଳନ ମାନ କରିଥାଆନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ଅଧିନରେ ଥିବା ଗୁଞ୍ଜିଗୁଡା ଗ୍ରାମବାସୀଙ୍କ ଅସୁବିଧା ବୁଝିବା ପାଇଁ କୋୖଣସି ନେତା ମନ୍ତ୍ରୀ ଙ୍କ ପାଇଁ ସମୟ ନାହିଁ ଓ ଆନ୍ତରିକତା ମଧ୍ୟ ନାହିଁ । ଏହି ଗୁଞ୍ଜିଗୁଡା ଗ୍ରାମରେ ୨୦ ରୁ ୨୫ ପରିବାର ବାସ କରନ୍ତି। ଏହି ଗ୍ରାମ ଠାରୁ କାଣିଗୁମା ଗ୍ରାମ ପଞ୍ଚାୟତ ର ଦୂରତା ଦୀର୍ଘ ୧୫ କିମି ରୁ ଅଧିକ ହେବ । ଯଦ୍ବାରା ଏହି ଗ୍ରାମବାସୀ ଭତ୍ତା ଠାରୁ ଆରମ୍ଭ କରି ୫କିଗ୍ରା ମାଗଣା ରାସନ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମମତା, ଅଙ୍ଗନବାଡ଼ି କେନ୍ଦ୍ର, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ସମସ୍ତ ପ୍ରକାର ଯାବତୀୟ କାର୍ଯ୍ୟ ପାଇଁ କାଣିଗୁମା ଗ୍ରାମ ପଞ୍ଚାୟତ ଉପରେ ନିର୍ଭର କରିବାକୁ ପଡିଥାଏ। ଯେତେବେଳେ କି ଏହି ଗୁଞ୍ଜିଗୁଡା ଗ୍ରାମ ଠାରୁ ମାତ୍ର ୩କ:ମି ଦୂରରେ ଗୋପାଳପୁର ଗ୍ରାମ ପଞ୍ଚାୟତ ଅବସ୍ଥିତ। ଫଳରେ ସମସ୍ତ ପ୍ରକାର ଯୋଜନାର ହିତାଧିକାରୀ ମାନେ ଖରା ବର୍ଷା କାକର ସହି କାଣିଗୁମା କୁ ଯାତାୟତ କରିବାକୁ ବହୁତ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି । ଗ୍ରାମବାସୀ ଜିଲ୍ଲା ଅଧିକାରୀ ତଥା ପ୍ରଶାସକକୁ ବାରମ୍ବାର ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କୁ ଆବେଦନ କରିଛନ୍ତି । ଗ୍ରାମବାସୀ ଦାବି କରିଛନ୍ତି ଯେ, ତାଙ୍କ ଗ୍ରାମ ଗୁଞ୍ଜିଗୁଡା କୁ କାଣିଗୁମା ଠାରୁ ବିଛିନ୍ନ କରି ୩କି:ମି ଦୂରତାରେ ଥିବା ଗୋପାଳପୁର ପଞ୍ଚାୟତ ସହିତ ସଂଲଗ୍ନ କରି ସମସ୍ତ ପ୍ରକାର ଯୋଜନାର ସୁବିଧା ଯୋଗାଇ ଦେବାକୁ । ଯଦି ଏଥିରେ ସରକାର ଓ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଗ୍ରାମବାସୀ ବର୍ଜ୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମବାସୀ ଏସଂପର୍କରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଦାବିପତ୍ର ଦେଇଥିଲେ ତାହାର ଜବାବ୍ ମୂଖ୍ୟମନ୍ତ୍ରୀ ଙ୍କ ଚିଠି ନଂ ୪୫୯୯/୧୨.୩.୨୦୨୪ ରେ ଦେଇଛନ୍ତି । ତାକୁ ନେଇ ଗ୍ରାମବାସୀ ମଧ୍ୟରେ ପ୍ରତିକ୍ରିୟା ଦେଖା ଯାଇଛି। ଗ୍ରାମବାସୀ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଗୁଞ୍ଜିଗୁଡା ଗ୍ରାମବାସୀଙ୍କ ଦାବି ପ୍ରସଙ୍ଗକୁ ସମ୍ବେଦନଶୀଳ ମନେ କରି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ