କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ନବରଙ୍ଗପୁର ଜିଲ୍ଲା ରେଳପଥ ପାଇଁ ଦାବି ପତ୍ର

ରେଳ ପଥ ବିସ୍ତାର କ୍ରିୟାନୁଷ୍ଠାନ କମିଟି ଜୟପାଟଣା ପକ୍ଷରୁ ଅଦ୍ୟ ତା - ୦୫/୧୨/୨୦୨୪ ରିଖ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କୁ ଜୁନାଗଡ଼ ରୁ ନବରଙ୍ଗପୁର ରେଳପଥ ଜୟପାଟଣା ବ୍ଲକ୍ ଦେଇ ନବରଙ୍ଗପୁର ଯିବା ପାଇଁ ପ୍ରସ୍ତାବ ଦାବି ପତ୍ର ପ୍ରଦାନ କରି ଏହା ଉପରେ ଆଲୋଚନା କରିଥିଲେ । ଯାହାଫଳରେ ଜୁନାଗଡ଼ ଠାରୁ କୋକସରା ବ୍ଲକ୍, କଲମପୁର ବ୍ଲକ୍ ଏବଂ ଜୟପାଟଣା ବ୍ଳକ ସହ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଜନସାଧାରଣ ସଠିକ୍ ଯାତାୟତ ପାଇଁ ଉପକୃତ ହେଇ ପାରିବେ ।ତଥା ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ମଧ୍ୟ ଉକ୍ତ ଦାବିପତ୍ର ପ୍ରଦାନ ସହ ଏ ବିଷୟ ଓ ଜୟପାଟଣା ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ଥିବା ବିଶେଷଜ୍ଞ ଓ ଅନ୍ୟାନ୍ୟ ଖାଲିଥିବା ପଦବୀ ଗୁଡ଼ିକ ଯଥାଶୀଘ୍ର ପୁରାଣ ପାଇଁ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର କେସ କାଉଣ୍ଟର ବଢ଼ାଇବା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ର ଶ୍ରୀ ପ୍ରଦୁମ୍ନ୍ୟା ପଣ୍ଡା , ଅଶୋକ ପଣ୍ଡା, ଚୈତନ୍ୟ ସେଠୀ, ପ୍ରକାଶ ଦୂରିଆ (କନ୍ଭେନର) ଏବଂ କୃଷ୍ଣଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.
What's Your Reaction?






