।। କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ ।।

Jun 18, 2024 - 12:13
 0  8
।। କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ ।।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାର ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ରଜ ମହୋତ୍ସବ 2024 ପାଳିତ ହୋଇଯାଇଛି। ଅନ୍ତିମ ଦିନର ଉଦଘାଟନୀ ଉସ୍ଚବ ରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର କ ଜୋନ ଜିଲ୍ଲା ପରିଷଦ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁଦିପ କୁମାର ସାହୁ ଏବଂ ସହକାରୀ ଶିକ୍ଷକ ତାପସ କୁମାର ଦଳେଇ, ସମିତି ସଭ୍ୟ ପଦ୍ମାବତୀ ମିନାକା, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସି ଏଚ ଓ ମିନା କୁମାରୀ ସାମଲ, ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ଉପସ୍ଥିତିରେ ପ୍ରଥମେ ରଜ ଦୋଳିରେ ପୂଜାର୍ଚନା କରି ଅତିଥିଙ୍କୁ ଦୋଳିରେ ଝୁଲିବା ପରେ ମଞ୍ଚରେ ବିରାଜିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚନା କରିବା ସହ ଦୀପ ପ୍ରଜ୍ୱଳନ କରି ମଞ୍ଚାସିନ ହୋଇଥିଲେ। ମଞ୍ଚ ପରିଚାଳକ କାର୍ତିକ ଗୌଡ଼ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଏହାପରେ ଅତିଥି ମାନେ ରଜ ମହୋତ୍ସବ ବାବଦରେ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା।ଏହି ଉଦଯାପନୀ ମହୋତ୍ସବ କୁ ସମାଜସେବୀ ଶିବା ଆଚାରି, ସୁରେଶ ବିଡ଼ିକା, ପ୍ରିୟଦର୍ଶିନୀ ହୁଇକା ଓ ସ୍ଥାନୀୟ ଜନ ସାଧାରଣ ପୁର୍ଣ ସହଯୋଗ କରିଥିଲେ। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଦେବଗିରି ଲୋକ ମହୋତ୍ସବ ମହା ଆଡମ୍ବର ସହ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ