।। କବି,ଲେଖକ ତଥା ଭାଷ୍ୟକାର ଶ୍ରୀ ଉତ୍ତମ କୁମାର ଦାସଙ୍କୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ।।

Jan 16, 2024 - 15:43
 0  27
।। କବି,ଲେଖକ ତଥା ଭାଷ୍ୟକାର ଶ୍ରୀ ଉତ୍ତମ କୁମାର ଦାସଙ୍କୁ ରାଜ୍ୟସ୍ତରୀୟ ସମ୍ମାନରେ  ସମ୍ମାନୀତ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା: ନ୍ୟିୟୁଜ୍ ତା -୧୫.୦୧.୨୦୨୪ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଠାର ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଦୁଇ ଦିନ ଧରି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର,କବିତା ପାଠୋତ୍ସବ, ପୂଜ୍ୟପୂଜା ମହୋତ୍ସବ,ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଇତି ଅବସରରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ମଖଲ ପୁର ଗ୍ରାମରେ ଜନ୍ମିତ ତଥା ରାୟଗଡ଼ା ଜିଲ୍ଲାରେ ମୁନିଗୁଡା ବ୍ଲକରେ ବର୍ତ୍ତମାନ କୃଷି ବିଭାଗରେ କାର୍ଯ୍ୟରତ ଉତ୍ତମ କୁମାର ଦାସଙ୍କୁ, ସାହିତ୍ୟ,ସଙ୍ଗୀତ,କବିତା,ରାଜ୍ୟ ସ୍ତରୀୟ ମଞ୍ଚ ପରିଚାଳକ,ସଂଯୋଜକ ସର୍ବୋପରି ବହୁ ଗୁଣା ବଳିର ଅଧିକାରୀ ଭାବରେ ବିବେଚନା କରି ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି ।ଏହି ସମ୍ମାନ ପର୍ବରେ ମୁଖ୍ୟ ଅତିଥି ରୁପେ ତରୁଣକାନ୍ତି ମିଶ୍ର (ଭା.ପ୍ର.ସେ)ଅବସର ପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା ଗାଳ୍ପିକ, ଔପନ୍ୟାସିକ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପିକା ପ୍ରଫେସର ଡ଼ଃ. ଝାନସୀ ସିଂ ,ଗୌର ଚରଣ ପଣ୍ଡା ,ଅଧ୍ୟାପିକା ପ୍ରଫେସର ଡକ୍ଟର ବିଦ୍ୟୁତ୍ ପ୍ରଭା ସାହୁ ,ଖଲିକୋଟ ଏକକ ବିଶ୍ବିବିଦ୍ୟାଳୟର କୂଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି,ହରିହର କାନୁନ୍ ଗୋ ପ୍ରାକ୍ତନ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ,ବିଭୂତି ଭୂଷଣ ଜେନା ଶ୍ରୀରଙ୍ଗ ନାୟକ,ଡକ୍ଟର ଗୌରଙ୍ଗ ଚରଣ ରାଉତ ଓ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥି, ସାହିତ୍ୟକ ,ଗବେଷକ,କବି, କବୟିତ୍ରୀ ଙ୍କ ଉପସ୍ଥିତିରେ ଉତ୍ତମ ଦାସଙ୍କୁ ଉତ୍ତରୀୟ, ସ୍ମୃତି ଫଳକ, ଉପ ଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା।ଏହି ସମ୍ମାନ ପାଇଁ ମୁନିଗୁଡା ସାହିତ୍ୟ ସଂସଦ,ସମ୍ବାଦ ସାହିତ୍ୟ ଘର ମୁନିଗୁଡା,ଗିରିପଥ ସାହିତ୍ୟ ସଂସଦ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପରି ଅନେକ ସାହିତ୍ୟ ଅନୁଷ୍ଠାନ ତରଫରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି।ବିଶେଷ ଭାବରେ ମୁନିଗୁଡା ସାହିତ୍ୟ ସଂସଦର ମନୋରଞ୍ଜନ ଦଳାଇ,ଅକ୍ଷୟ କୁମାର ମଲ୍ଲିକ, ଡ଼ଃ ଗୌରାଙ୍ଗ ଚରଣ ରାଉତ,ସୁବାସ ଚନ୍ଦ୍ର ଖୁରା,କୃଷ୍ଣ ଚନ୍ଦ୍ର ମଲ୍ଲିକ ତଥା ଅନେକ ବନ୍ଧୁ, ଅନେକ ଜନସାଧାରଣ କବି,କବୟିତ୍ରି, ସାହିତ୍ୟକ ଅଭିନନ୍ଦନ ଜଣାଇ ଛନ୍ତି।ଏହି ସମ୍ମାନ ତାଙ୍କୁ ଆଗକୁ ବଢିବାରେ ସହାୟକ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ