କବି ପ୍ରବୋଧ ହୋତାଙ୍କ ଇଂରାଜୀ କବିତା ପୁସ୍ତକ "ଫରେଷ୍ଟ ଅଫ ଫେଂଥ' ଉନ୍ମୋଚିତ

Dec 16, 2024 - 21:26
 0  15
କବି ପ୍ରବୋଧ ହୋତାଙ୍କ ଇଂରାଜୀ କବିତା ପୁସ୍ତକ "ଫରେଷ୍ଟ ଅଫ ଫେଂଥ' ଉନ୍ମୋଚିତ

ନୂଆପଡା : ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନସି ଠାରେ କବି ପ୍ରବୋଧ ହୋତାଙ୍କ ତୃତୀୟ ଇଂରାଜୀ କବିତା ସଂକଳନ "ଫରେଷ୍ଟ ଅଫ ଫେଂଥ' ଉନ୍ମୋଚିତ ହୋଇଯାଇଛି l ଉକ୍ତ ପୁସ୍ତକ ଅନାବରଣ ଉତ୍ସବରେ ପୂର୍ବତନ ପୋଲିସ ମହାନିର୍ଦେଶକ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ବିଶିଷ୍ଟ କଂଗେସ ନେତା ଶ୍ରୀ ସୁରରାଉତରାୟ ଏକାମ୍ର ବିଧାୟକ ବାବୁ ସିଂ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ହାଇକୋର୍ଟ ଆଇନଜୀବୀ ଶ୍ରୀ ପରମାନନ୍ଦ ଜ୍ୟୋତି ତଥା ଖ୍ୟାତନାମା ସାମ୍ବାଦିକ ଶ୍ରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ପୁସ୍ତକର ପ୍ରକୃତ, ଜୀବନ ସଂଘର୍ଷ, ପ୍ରେମ, ଗଭୀର ଜୀବନ ଦର୍ଶନ ସହିତ 34 ଗୋଟି ଉଚ୍ଚ କୋଟିର କବିତା ସନ୍ନିବେଶିତ ହୋଇଛି l ଯାହାକି ପାଠକ ମହଲରେ ବେଶ ଆବୃତ ଲାଭ କରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ