କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

Jul 19, 2025 - 10:31
 0  70
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୮.୦୭.୨୦୨୫ ରିଖ: ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜୁନାପାଣି, ଡାବୁଗାଁ ବ୍ଲକ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ “ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ” ( Beti Bachao, Beti Padhao ) ଏବଂ “ବିଜୁ କନ୍ୟା ରତ୍ନ” ଯୋଜନା ମାଧ୍ୟମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜନ କରାଯାଇଥିଲା ଏଥିରେ ବିଭିନ୍ନ ଫଳ ଚାରା ( ଆମ୍ବ / ସଜନା / ପିଜୁଳି / ଅଁଳା, ବଉଳ/ ଜାମୁକୋଳି ) ଇତ୍ୟାଦି ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତତିଥି ଭାବରେ ଶ୍ରୀ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର, ଶ୍ରୀ. ଛତ୍ରପତି ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର,

ଶ୍ରୀ. ଶରତ ମାଝୀ ଗୋଷ୍ଟି ଉନ୍ନୟନ ଅଧିକାରୀ, ଡାବୁଗାଁ, ଦୟାନିଧି ଭାତର, ସରପଞ୍ଚ, ଜୁନାପାଣି, ଶ୍ରୀ. ପ୍ରଭାତ କୁମାର ପଟନାୟକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ବିଭାଗ, ରଶ୍ମିତା ନେତମ, ବ୍ଲକ ଶିକ୍ଷା ଅଧିକାରୀ, ଡାବୁଗାଁ, ଶ୍ରୀମତୀ. ମିନତୀ ଦାଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାର, ଡାବୁଗାଁ, ଶ୍ରୀ. ଗୌତମ ବାରିକ, ପ୍ରଧାନ ଶିକ୍ଷକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜୁନାପାଣି, ଭଗବାନ ମlଝି, ଏ ବି ଓ , ଶ୍ରୀ ସନ୍ତୋଷ କୁମାର ସାହୁ, ଏ ବି ଓ, ଶ୍ରୀ. ରମେଶ ରାଓ, ଶିକ୍ଷକ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମ କୁ ପ୍ରଥମେ ଶ୍ରୀ ସୁରେଶ କୁମାର ପଟନାୟକ , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ,ନବରଙ୍ଗପୁର ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ର ବିଷୟ ଉପରେ ଆଲୋକପାତ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି ସହ ଶିଶୁ କନ୍ୟା ପାଇଁ ଲିଙ୍ଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ଓ ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ ! ଯୋଜନା ଅଧୀନରେ, ଉପସ୍ଥିତ ପ୍ରତ୍ୟେକ ନବଜାତ କନ୍ୟା ସନ୍ତାନର ପରିବାରକୁ ମୁଖ୍ୟ ଅତତିଥି ଶ୍ରୀ. ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ଗର୍ବର ପ୍ରତୀକ ଭାବରେ ଏକ ଗଛ, ବିଶେଷକରି ଏକ ଫଳ ଗଛ ଲଗାଇ ବା ସହ ସମସ୍ତ ନବଜାତ କନ୍ୟା ସନ୍ତାନର ପରିବାରକୁ ଏକ ମାନପତ୍ର ସହ ଏକ ଉପହାର ଦେଇ ସମ୍ମାନିତ କରାଯାଇଥିଲା ! ପରିଶେଷରେ ଶ୍ରୀ. କିଶୋର ଚନ୍ଦ୍ର ମାର୍ଥା, ପ୍ରୋବେସନ ଅଫିସର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ନବରଙ୍ଗପୁର କାର୍ଯ୍ୟକ୍ରମ ପରିଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ