ଓଡିଶା ଷ୍ଟେଟ ଲେବର କୋ- ଅପରେଟିଭ ସୋସାଇଟି ଲିଂ ଦ୍ଵାରା ଶ୍ରମିକଙ୍କ କଲ୍ୟାଣ ଯୋଜନା

Jan 5, 2025 - 21:24
Jan 5, 2025 - 21:42
 0  435
ଓଡିଶା ଷ୍ଟେଟ ଲେବର କୋ-  ଅପରେଟିଭ ସୋସାଇଟି ଲିଂ ଦ୍ଵାରା  ଶ୍ରମିକଙ୍କ କଲ୍ୟାଣ  ଯୋଜନା

ଥୁଆମୂଳ ରାମପୁର (ସ୍ୱ. ପ୍ର )ଅଙ୍ଗଦ ନାଏକ କଳାହାଣ୍ଡି ଜିଲ୍ଲା ଭାରତ ବର୍ଷରେ ଗ୍ରାମାଞ୍ଚଳ ତଥା ଦୁର୍ଗମାଞ୍ଚଳ ଓ ସହରାଞ୍ଚଳ ମାନଙ୍କରେ ବସବାସ କରୁଥିବା ଶ୍ରମିକ ମାନଙ୍କ ପାଇଁ ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାପାଇଁ ଲକ୍ଷ୍ୟ ରଖିଛି। ସେମାନଙ୍କ ରହିବା,ଖାଇବା, ପିନ୍ଧିବା, ଓ ଅନ୍ୟାନ୍ୟ ସୁବିଧା କରି ଆସୁଛନ୍ତି। ଯାହକି ଲେବର କୋ-ଅପୋରେଟିଭ ସୋସାଇଟି ମାଧ୍ୟ୍ୟମରେ ଜନସାଧାରଣ ସୁବିଧା ପାଇ ପାରିବେ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଖୋଲିବ ସପିଂ-ମଲ୍। ଯେଉଁଠି ଶସ୍ତାରେ ଲୋକେ ପାଇବେ ଗ୍ରୋସରି, ଗାରମେଣ୍ଟସ, ଇଲେକ୍ଟ୍ରିକାଳ, ଇଲୋକ୍ଟ୍ରୋନିକସ, ସିଡସ, ଫର୍ଟିଲାଇଜର, ମେଡ଼ିସିନ, ହାର୍ଡୱେରେ, ଇତ୍ୟାଦି । ଘରୋଇ ସାମଗ୍ରୀ ୧୫%ରୁ ୬୦% ରିହାତି ମୂଲ୍ୟ ରେ ଯୋଗାଇ ଦିଆଯାଉଛି। ଦୁର୍ଘଟଣା କ୍ଷେତ୍ରରେ ୫୦୦୦ଟଙ୍କା ରୁ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ମେଡିକାଲ ସହାୟତା ଯୋଗାଇ ଦିଆଯାଇଛି। ମେଡିକାଲରେ ଯେତେମାସ ପର୍ଯ୍ୟନ୍ତ ଚିକିତ୍ସିତ ହେଉଥିବେ ସେତେମାସ ପର୍ଯ୍ୟନ୍ତ ଚାଉଳ ଡାଲି ଅଟା ତେଲ ମସଲା ଇତ୍ୟାଦି ଖାଦ୍ୟ ସାମଗ୍ରୀ ମାଗଣାରେ ମିଳିବ। ଦୁର୍ଘଟଣାରେ ବିକଳାଙ୍ଗ ହୋଇ ଗଲେ ୧୦ବର୍ଷା ପର୍ଯ୍ୟନ୍ତ ପ୍ରତି ମାସ ଖାଦ୍ୟ ସାମଗ୍ରୀ ମାଗଣା ରେ ଯୋଗାଇ ଦିଆଯିବ। ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ସହାୟତା ରାଶି ୨୦୦୦୦ହଜାର ଟଙ୍କା ଏବଂ ୧୦ବର୍ଷ ପଯ୍ୟନ୍ତ ପ୍ରତି ମାସ ଖାଦ୍ୟ ସାମଗ୍ରୀ ମାଗଣା ରେ ଯୋଗାଇ ଦିଆଯିବ। ୫୫ବର୍ଷ ବୟସ ତଳକୁ ଜଣେ ବ୍ୟକ୍ତି ସଭ୍ୟ ସଭ୍ୟା ହେବାର ୬ମାସ ରୁ ଅଧିକ ସମୟ ହୋଇ ଥିଲେ ସେହି ବ୍ୟକ୍ତି ର ଯେକୌଣସି ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ବିକଳଂଗ ହୋଇ ଯାଆନ୍ତି ତେବେ ବୋର୍ଡ ଅପ ଡାଇରେକ୍ଟର ମାନଙ୍କ ଦ୍ୱାରା ଆଲୋଚନା ସ୍ଥିର କରାଯାଇ ତାଙ୍କୁ ବିଭିନ୍ନ ସହାୟତା ମାଗଣାରେ ଯୋଗାଇ ଦିଆଯିବ। ୫୦ବର୍ଷ ବୟସ ତଳକୁ ଜଣେ ବ୍ୟକ୍ତି ସଭ୍ୟ ସଭ୍ୟା ହେବାର ୬ମାସ ରୁ ଅଧିକ ସମୟ ହୋଇ ଥିଲେ ସେହି ବ୍ୟକ୍ତିର ଯେକୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପରିବାରକୁ ବୋର୍ଡ ଅଫ୍ ଡାଇରେକ୍ଟର ମାନଙ୍କ ଦ୍ୱାରା ଆଲୋଚନା ସ୍ଥିର କରାଯାଇ ତାଙ୍କ ପରିବାରକୁ ମୃତ୍ୟୁ ସହାୟତା ମାଗଣାରେ ଯୋଗାଇ ଦିଆଯିବ। ପଞ୍ଜିକୃତ ହୋଇଥିବା ସଭ୍ୟ /ସଭ୍ୟା ମାନଙ୍କର ପୁଅ ଝିଅ ମାନଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ( ଏଲ କେ ଜି ଠାରୁ ବି.ଏସ. ସି. )ପର୍ଯ୍ୟନ୍ତ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଂ ତରଫରୁ ମାଗଣା ରେ ଶିକ୍ଷା ପ୍ରଦାନ କରାଯିବ । ପଞ୍ଜିକୃତ ହୋଇଥିବା ସଭ୍ୟ /ସଭ୍ୟା ମାନଙ୍କର ପୁଅ ଝିଅ ମାନଙ୍କୁ ସ୍କିଲ ଇଣ୍ଡିଆ ମାଧ୍ୟମରେ ତାଲିମ ପ୍ରଦାନ କରାଇ ଯୋଗ୍ୟତା ଭିତ୍ତିରେ ଚାକିରୀ ଯୋଗାଇ ଦିଆଯିବ। ବେରୋଜଗାରୀ ସଭ୍ୟ /ସଭ୍ୟା ମାନଙ୍କୁ ବିଭିନ୍ନ ମାଧ୍ୟମରେ ରୋଜଗାରକ୍ଷମ ହେବା ପାଇଁ ରୋଜଗାର କରିବାର ସୁବ୍ୟବସ୍ଥା କରାଯିବ। ପୂର୍ବରୁ ବିକଳାଙ୍ଗ ହୋଇଯାଇ ଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସହଯୋଗ ମାଗଣାରେ କରିବ ଏହି ସଂସ୍ଥା ବୋଲି ଜିଲ୍ଲା ଇନ୍ଚାର୍ଜ ଶତୃଘ୍ନ ନାଏକ, ଶୁଶାନ୍ତ ମାଝୀ ଡି.ଏମ. ଓ ରଘୁମଣି ପୂଜାରୀ ବି.ଏମ୍ ପ୍ରକାଶ କରିଛନ୍ତି।ଏହି ସଚେତନ ଶିବିର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚଯାତ ସର୍ବ ସର୍ବସାଧାରଣ ପିଣ୍ଡିରେ ବହୁମୁଖୀ ସମବାୟ ସମିତି ର ଭୂମିକା ଉପରେ ଆଲୋକ ପାତ କରାଯାଇଥିଲା. ଅଂଚଳର ବୁଦ୍ଧିଜୀବୀ. ମହିଳା. ଯୁବପିଡି ବହୁସଂଖ୍ୟା ଉପସ୍ଥିତଲେ.ଏଥିରେ ସାମ୍ବାଦିକ. ଶ୍ରୀଯୁକ୍ତ ମକୁନ୍ଦ ନାଏକ. ରମାକାନ୍ତ ନାଏକ. ସୁଶାନ୍ତ କୁମାର ନାଏକ. ବିରବଜରଙ୍ଗ ଚାରୁ ମଞ୍ଜୁଦାର ନାଏକ. ମହେଶ୍ୱର ନାଏକ. ପ୍ରମୁଖ ଜଗଦେଇ ଏଭଳି ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଂ ର ମହତ୍ତ ପୂର୍ଣ୍ଣ ଜନ ହିତକର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଲୋକମାନେ ଭୁରୀ-ଭୁରୀ ପ୍ରଶଂସା କରିଛନ୍ତି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ