ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ମିଳିତ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

May 2, 2025 - 20:52
 0  17
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ମିଳିତ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

ନୂଆପଡା : ନୂଆପଡା ବ୍ଲକ୍ ଦର୍ଲିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଖଲିଆପାନି ଗ୍ରାମ ର ଆମ୍ବ ବଗିଚା ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ମିଳିତ ଆନୁକୁଲ୍ୟରେ ମଇ ଏକ ବିଶ୍ବ ଶ୍ରମିକ ଦିବସ ମହସଂଘ ର ଆବାହକ ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ସଂପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ମହାସମାରୋରେ ଏକ ବିଶାଳ ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀ ଙ୍କ ସମାବେଶ ମାଧ୍ୟମ ରେ ପାଳିତ ହୋଇ ଯାଇଛି। ଏଥିରେ ଅନ୍ୟୁନ ଚାରି ହଜାର ରୁ ଉର୍ଦ୍ଧ୍ବ ତୋଳାଳୀ ମା ଭଉଣୀ, ଦାଦନ ଶ୍ରମିକ, ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ମାନେ ଅଂଶ ଗ୍ରହଣ କରିଥିଲେ। ବରଗଡ଼ ର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ, ନୂଆପଡା ଜିଲ୍ଲାର ବିଶିଷ୍ଟ ଚାଷୀ ଓ ଶ୍ରମିକ ନେତା ମୋର ପରମ ମିତ୍ର ଶ୍ରୀ ଯଦୁମଣି ପାଣିଗ୍ରାହୀ ଧାରାବାହିକ ଭାବେ ତିରିଶ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ନୂଆପଡା ଜିଲ୍ଲାର ଚାଷୀ, ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀ ଙ୍କ ହକ୍ ନ୍ୟାର୍ଯ୍ୟ ଦାବୀ ଓ ଅଧିକାର କୁ ନେଇ ଲମ୍ବା ଲଢେ଼ଇ ଲଢ଼ି ଆସିଛନ୍ତି । ଅନେକ ଐତିହାସିକ ଆନ୍ଦୋଳନ ଓ ସମାବେଶ କରି ସୁନାମ ଅର୍ଜ୍ଜନ କରିଛନ୍ତି ଓ ନୂଆପଡା ଭଳି ଦାଦନ ପ୍ରବଣ, ଶ୍ରମିକ ସମସ୍ୟା ବହୁଳ ଜିଲ୍ଲାରେ ଶ୍ରମିକ ଓ ତୋଳାଳୀ ମାନଙ୍କ ବନ୍ଧୁ ସାଜିଛନ୍ତି। ତାଙ୍କ ଅନୁରୋଧ କୁ ଏଡେଇ ନ ପାରି ମୁଁ ବାଧ୍ୟ ହୋଇ ଆସିଛି । ଶ୍ରମିକ ସଚେତନ ଓ ସଂଗଠିତ ହୋଇ ସଂଘର୍ଷ କରନ୍ତୁ, ଆପଣଙ୍କ ପାଇଁ ଅହରହ ଲଢ଼ୁ ଥିବା ଶ୍ରମିକ ନେତା ଶ୍ରୀ ପାଣିଗ୍ରାହୀ ଙ୍କ ହାତ ମୁଠା କୁ ଟାଣ କରନ୍ତୁ। ବର୍ତ୍ତମାନ ରାଜ୍ୟ ରେ ଡବଲ ଇଞ୍ଜିନ ର ସରକାର, ଲୋକଙ୍କ ସରକାର ଚାଲିଛି। ଆମେ ମୋର୍ ମିତ୍ର ଶ୍ରୀ ପାଣିଗ୍ରାହୀ ଙ୍କ ସହିତ ମିଶି ମୁଖ୍ୟ ମନ୍ତ୍ରୀ, ଶ୍ରମ ଓ ଜଙ୍ଗଲ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଅନେକଥର ଆଲୋଚନା ଓ ଦାବୀ ପତ୍ର ପ୍ରଦାନ କରିଛୁ। ସରକାର ମଧ୍ୟ ସହୃଦୟତା ର ସହିତ ଆମ ଅଞ୍ଚଳ ର ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଆବାହକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟ ରେ କହିଥିଲେ, ଏ ଅଞ୍ଚଳ ର ଦୁଃଖୀ, ଦରିଦ୍ର, ଅସହାୟ, ନିଷ୍ପେସିତ, ଶୋଷିତ, ବଂଚିତ ଜନ ଙ୍କ ଲଢେଇ କୁ ଜୀବନ ର ବ୍ରତ ରୂପେ ଗ୍ରହଣ କରିଛୁ। କାଲି ବି ଲଢ଼ୁଥିଲୁ, ଆଜି ବି ଲଢ଼ୁଛୁ ଓ ଆସନ୍ତା କାଲି ବି ଲଢ଼ିବୁ। ଏ ଲଢେଇ ରେ ଟିକିଏ ବି ବ୍ୟତିକ୍ରମ ହେବାର ନାହିଁ। ଆପଣ ମାନଙ୍କ ସ୍ନେହ, ଶ୍ରଦ୍ଧା, ସହଯୋଗ ଆମକୁ ସବୁବେଳେ ଶକ୍ତି ଯୋଗାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ମହାସଂଘ ର ଅନ୍ୟାନ୍ୟ ନେତୃମଣ୍ଡଳୀ ମଇ ଏକ , ଶ୍ରମିକ ଦିବସ ର ତାତ୍ପର୍ଯ୍ୟ, ମହାସଂଘ ର ଭୂମିକା ଓ ନୂଆପଡା ଜିଲ୍ଲା ର ଶ୍ରମିକ ସମସ୍ୟା ଉପରେ ଆଲୋଚନା କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ମହାସଂଘ ର ସହ ଆବାହକ ଶ୍ରୀ ଭକ୍ତବନ୍ଧୁ ଧରୁଆ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ଶ୍ରମିକ ନେତା କୋକିଳ ସାହୁ, ରୁସଭ ପ୍ରଧାନ, ସୁରେଶ ପଣ୍ଡା, ଅବଦୁଲ ରସିଦ, ଶୁକ୍ଲମ୍ବର୍ ନିଆଲ୍, ସୁଖ ଦେବ ସାହୁ, ଜ୍ଞାନେଶ୍ୱର୍ ବାଗ, ଅନିରୁଦ୍ଧ ନାଗ, ଜ୍ଞାନରଞ୍ଜନ ସାହୁ, ବଳଧର କେତକୀ, ନିରଞ୍ଜନ ଶବର, ଚୈତୁରାମ୍ ମାଝୀ, ଗୌତମ ବରିହା, ସନ୍ତୋଷ ସାହୁ, ନରୋତ୍ତମ ଦଣ୍ଡସେନା, ଧନୀରାମ ପାଣ୍ଡେ, ପାଲେଶ୍ୱର୍ ମାଝୀ, ଦିଗାମ୍ବର ପଣ୍ଡା, ସେବକ ରାମ ସାହୁ, ମଗଶିର ମାଝୀ, ହେମନ୍ତ ରାଉତ, ପିତାମ୍ବର ମାଝୀ, ଗଣେଷ ମାଝୀ, ସନ୍ତୋଷ ବରିହା, ନାରାୟଣ ରାଉତ, ବିହାରୀ ଲାଲ ମାଝୀ, ଜଗଦୀଶ ପ୍ରଧାନ, କୋମଳ ରାଉତ, ମାନସିଂହ ବରିହା, ପ୍ରମୁଖ ସାମିଲ୍ ହୋଇ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଲ କରିବାରେ ସହାୟକ ହୋଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ