।। ଆର ପାରିରେ ବରିଷ୍ଟ କଂଗ୍ରେସ ନେତା ।।

Sep 3, 2024 - 20:32
 0  18
।। ଆର ପାରିରେ ବରିଷ୍ଟ କଂଗ୍ରେସ ନେତା ।।

କଲ୍ୟାଣସିଂହପୁର ବ୍ଲକ ସ୍ଥିତ ସିକରପାଇ ଗ୍ରାମର ଜଣେ ବରିଷ୍ଠ କଂଗେସ ନେତା ଏବଂ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ଶ୍ରୀ ଗେମ୍ୱାଲି ରଜରାଓଙ୍କ ଆଜି ପ୍ରାୟ ସକାଳ 6ଟା ସମୟରେ ନିଜ ବାସ ଭବନରେ ବିୟୋଗ ଘଟି ଥିଲା l ମୃତ୍ୟୁ ବେଳକୁ ପ୍ରାୟ 84 ବର୍ଷ ହୋଇଥିବାର ପରିବାର ପକ୍ଷରୁ ସୂଚନା ମିଳିଛି l ସେ ଦୀର୍ଘ ଦିନ ହେବ କିଡନୀ, ଏବଂ ଲିଭର୍ ରୋଗରେ ପୀଡିତ ଥିଲେ l ସେ ଜଣେ ସମ୍ଭ୍ରାନ୍ତ ପରିବାରେ ଦେଉଳବାଡି ଗ୍ରାମରେ ଜନ୍ମ ନେଇ ଥିଲେ ପରବର୍ତ୍ତୀ ସମୟରେ ସିକରପାଇ ଗ୍ରାମରେ ଦୀର୍ଘ ବର୍ଷ ହେବ ସପରିବାର ସହ ରହି ଆସୁଥିଲେ ପିଲାଟି ଦିନରୁ କୃଷି, ଏବଂ ସମାଜ ସେବାରେ ତାଙ୍କର ଆଗ୍ରହ ଥିଲା l ସେ ଭାରତୀୟ ଜାତୀୟ କଂଗ୍ରସରେ ଯୋଗ ଦେଇ ନିଶ୍ୱର୍ଥ ଭାବେ ଗୋଟିଏ ଦଳରେ କାମ କରିଥିଲେ l ନିଜ ଅଞ୍ଚଳ ପାଇଁ ତତ୍ କାଳୀନ MP,MLA, ମନ୍ତ୍ରୀ ଙ୍କ ନିକଟରେ ଦାବୀ ରଖୁଥିଲେ l କାଲିର ମୃତ୍ୟୁ ଖବର ପାଇ ଅଞ୍ଚଳରେ ସୋକର ଛାୟା ଖେଳି ଯାଇଥିବାର ସୂଚନା ମିଳିଛି l ଦଳ ତରଫରୁ ଅପୂରଣୀୟ କ୍ଷତି ହେଲା ବୋଲି ଦଳୀୟ କର୍ମୀ ମାନଙ୍କ ଭିତରେ ଆଲୋଚନା ହେବାର ପରିଲକ୍ଷିତ ହେଉଥିଲା l ଦଳ ତରଫରୁ ଦଳୀୟ ମର୍ଯ୍ୟାଦା ସହ ମର ଶରୀର ଉପରେ ଦଳୀୟ ପତାକା ଘୋଡାଇ ଦିୟା ଯାଇଥିଲା ଏବଂ ତାଙ୍କ ବିଧି ବିଧାନ ଅନୁଯାୟୀ ଦଳୀୟ ଏବଂ ନିଜ ପରିବାର ଜନଙ୍କ ସହ ଶେଷ ଯାତ୍ରା ସମାପନ ହୋଇଥିଲା l

ରାୟଗଡା ଜ଼ିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ