ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳର ବ୍ରହ୍ମପୁର ଗସ୍ତ

Jul 15, 2025 - 19:38
 0  71
ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳର ବ୍ରହ୍ମପୁର ଗସ୍ତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୫.୦୭.୨୦୨୫ ରିଖ: ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ୧୬ ତାରିଖରୁ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ଠାରେ ଆରମ୍ଭ ହେବାକୁ ଥିବା ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ବାଇଶି ଜଣିଆ ଜିଲ୍ଲା ଦଳ ଘୋଷଣା କରିଛନ୍ତି ! ସେମାନେ ହେଲେ ଚିଣ୍ଟୁ ନାଗ , ସ୍ଵରାଜ ସୁନା, ନାଥାନ ମାଦାଙ୍ଗି, ବାବୁଲା ସିଂ, ମଣ୍ଟୁ ନାଗ, ମନୋଜ ସାନ୍ତା, ମିଥୁନ ଶାନ୍ତା, ଜଗବନ୍ଧୁ ସାଂତା, ବିରେନ୍ଦ୍ର କୁମାର, ମୋହନ ଗୁଣ୍ଠା, ସତ୍ୟବାନ୍ ପୂଜାରୀ, ଚାମ୍ପୁ ପୂଜାରୀ, ହାର୍ଦ୍ଦିକ କଚିମ୍, ସେକ ଜଲାଲଉଦିନ , ଇସନାଥ ହରିଜନ, ଶମ୍ଭୁନାଥ ମାଝୀ, ଦେବ ହରିଜନ, ସୁମନ୍ତ ମାଝୀ, ରମେଶ ହେମ୍ରମ, ତାଜ ବାଘ୍ ଏବଂ ଅନିକେତ ମନ୍ଦାର ! ସୂଚନା ଯୋଗ୍ୟ ଯେ ଦଳ ଘୋଷଣା ପୂର୍ବରୁ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ରେ ଭାଗ ନେବା ନିମନ୍ତେ ଜିଲ୍ଲାର କୋଣ ଅନୁକୋଣ ରୁ ପ୍ରାୟ ୭୦ ଜଣ ଖେଳାଳି ଭାଗ ନେଇଥିଲେ ! ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଚୟନ ପ୍ରକ୍ରିୟା କରାଯାଇଛି ! ଏହି ଚୟନ ପ୍ରକିୟା ରେ ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ସହଯୋଗ କରିଥିଲେ ! ଜିଲ୍ଲା ଦଳ ରେ ବରିଷ୍ଠ ପ୍ରାକ୍ତନ ଫୁଟବଲ ଖେଳାଳି ଫିରୋଜ ହିଆଲ କୋଚ୍ ଭାବେ ସେହିପରି ସହ କୋଚ୍ ଭାବରେ ବି.ୟୋଗେଶ କୁମାର ଏବଂ ମ୍ୟାନେଜର ଭାବରେ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ ଦାୟିତ୍ଵ ତୁଲାଇବେ ବୋଲି କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ! ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ସମସ୍ତ ସଦସ୍ୟ ଶୁବେଛା ଜଣାଇଛନ୍ତି ! ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଦଳ ୧୬, ୧୮ ଏବଂ ୨୦ ତାରିଖରେ ଭୁବନେଶ୍ୱର, ଗଜପତି ଏବଂ ଗଞ୍ଜାମ ଦଳ ସହ ଖେଳିବେ ! ଜିଲ୍ଲାର ପ୍ରାକ୍ତନ ବରିଷ୍ଠ କ୍ରୀଡାବିତ୍ ମାନେ ଦଳ କୁ ଶୁଭକାମନା ଜଣାଇଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ