ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ନୂଆପଡ଼ା : ନେସନାଲ କଲେଜ ନୂଆପଡ଼ା ରେ ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇ ଯାଇଛି । ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ମୁଖ୍ୟ ଅତିଥି ଓ ଅର୍ଥନୀତି ବିଭାଗ ର ମୁଖ୍ୟ ଶ୍ରୀ ଦୁର୍ଲ୍ଲଭ ଚରଣ ବେହେରା, ରସାୟନ ବିଜ୍ଞାନ ମୁଖ୍ୟ ଶ୍ରୀ ବୈଦ୍ୟନାଥ ଗର୍ତିଆ, ପଦାର୍ଥ ବିଜ୍ଞାନ ମୁଖ୍ୟ ଡ. ପ୍ରଣତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କାର୍ଯକ୍ରମ କୁ ଉଦଘାଟନ କରିଥଲେ । ଏହା କେବଳ+୩ ପ୍ରଥମ ବର୍ଷ ଛାତ୍ରୀ ପାଇଁ ଉଦ୍ଦିଷ୍ଟ । ନିଜର ସୁରକ୍ଷା ପାଇଁ ଶାରୀରିକ ଜ୍ଞାନ ଆହରଣ କରିବା ନିହାତି ଆବଶ୍ୟକ। ନିର୍ଭୟା କାଣ୍ଡ କଥା କହି ଛାତ୍ରୀ ମାନଙ୍କୁ ଠିକ୍ ଭାବେ ତାଲିମ୍ ଗ୍ରହଣ କରି ବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକ୍ରମ ର ସଂଯୋଜକ ରାଜନୀତି ବିଜ୍ଞାନ ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ୍ କରିଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ସୁରେଖା ବାଗ ତାଲିମ୍ ଦେବାର କାର୍ଯକ୍ରମ ଅଛି ଆସନ୍ତା ୩ ମାର୍ଚ୍ଚ ରୁ ୧୧ ମାର୍ଚ୍ଚ ଯାଏ ତାଲିମ୍ ଶିବିର ସକାଳ ୮-୯ ଚାଲିବ, ଛାତ୍ରୀ ମାନେ ନିଜର ଆତ୍ମ ସୁରକ୍ଷା ତାଲିମ୍ ନେବେ । ନୂଆପଡା ଜିଲ୍ଳା ସଂଯୋଜକ ପ୍ରକାଶ କୁମାର ସାହୁ ଏହି କାର୍ଯକ୍ରମ ସଞ୍ଚାଳନ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






