।। ଅଳିଆ ରେ ଶିଶୁକନ୍ୟା,ଜୀବନଦାନ ଦେଲେ ଗ୍ରାମବାସୀ ।।

Oct 2, 2024 - 20:07
 0  34
।। ଅଳିଆ ରେ ଶିଶୁକନ୍ୟା,ଜୀବନଦାନ ଦେଲେ ଗ୍ରାମବାସୀ ।।

ଅଲୋଡ଼ା ହୋଇଛି ଶିଶୁକନ୍ୟା, ଜନ୍ମର କିଛି ସମୟ ପରେ ଖତଗଦା ରେ ଫିଙ୍ଗିଦେଲା ଜନ୍ମକଲା ମା ଓ ପରିବାର। ଏଭଳି ନିର୍ଦ୍ଦଇ, କଠୋର ହୃଦୟ ମମତା ବିହୀନ ମା,ବାପା ଓ ପରିବାର କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅମାନସିକତା କାଣ୍ଡ କରିଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡା ଗାଁ ର ଗୋଟିଏ ଖତଗଦା ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ସୂଚନା ଅନୁଯାୟୀ ଗତ ରାତିରେ ଗାଁ ର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିଲେ।ଏ ସମୟରେ ପାଖରେ ଥିବା ଏକ ଖତଗଦା ରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା।କଣ ହୋଇଛି ବୋଲି ଯୁବକ ମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେଇ ଦୃଶ୍ୟ ହୃଦୟ କୁ ଥରାଇଦେଇଥିଲା। ଜଣେ ଏକ ନବଜନ୍ମିତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡିରହି ମରଣ ସହ ଗତି କରୁଥିଲା ।ତୁରନ୍ତ ଗାଁ ର ଆଶା, ଅଙ୍ଗନବାଡ଼ି,ସ୍ଥାନୀୟ ପୋଲିସ, ସାମ୍ବାଦିକ ,ସ୍ବେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା।ପରେ ଶିଶୁକନ୍ୟା ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା।ବର୍ତ୍ତମାନ ୧୨ ଶହ ଗ୍ରାମ ଥିବା ଶିଶୁକନ୍ୟା ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ର ରହିଛି ବୋଲି ଜଣାପଡ଼ିଛି।ଶିଶୁକନ୍ୟା ଙ୍କୁ ଜିଲ୍ଲା ସିଡବ୍ଲୁସି ଓ ଚାଇଲଡ଼ ପ୍ରୋଟେକ୍ସନ ୟୁନିଟ କୁ ଅବଗତ କରାଯାଇଛି।ଅନ୍ୟପକ୍ଷରେ ଏହା ଅବୈଧ ସଂପର୍କ ନା ଶିଶୁକନ୍ୟା ପାଇଁ ଆଲୋଡ଼ା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ