।। ଅଯୋଧ୍ୟା ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାୟଗଡ଼ା ଜିଲ୍ଲା କୁ ଅକ୍ଷତ ଏବଂ ଶକ୍ତି କଳସ ।।

Jan 4, 2024 - 19:21
 0  91
।। ଅଯୋଧ୍ୟା ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାୟଗଡ଼ା ଜିଲ୍ଲା କୁ ଅକ୍ଷତ ଏବଂ ଶକ୍ତି କଳସ ।।

ଆଜି ପହଞ୍ଚି ସାରି ଥିବା ବେଳେ। ପ୍ରତି ଖଣ୍ଡ ସ୍ତରରେ ହୋମ ଯଜ୍ଞ କରିବାସହ ନିମନ୍ତ୍ରଣ ପତ୍ର ମୁନିଗୁଡା ଅଞ୍ଚଳରେ ପ୍ରତ୍ୟେକ ଘର ଘର କୁ ଯାଇ ରାମ ଭକ୍ତ ଏବଂ ବଜରଙ୍ଗ ଦଳ ସଂଘର କାର୍ଯ୍ୟ କତ୍ତା ସ୍ଵୟଂ ସେବକ ଗଣ ତରଫରୁ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମୁନିଗୁଡ଼ା ବସଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିରରେ ବୁଧବାର ତା ୩ /୧/୨୦୨୪ ରିଖ ଦିନ ହୋମ କରି ପ୍ରତି ପଞ୍ଚାୟତରେ ଏବଂ ଗ୍ରାମର ଘର ଘରକୁ ନିମନ୍ତ୍ରଣ ପତ୍ର, ଅକ୍ଷତ ଏବଂ ଭବ୍ୟ ରାମ ମନ୍ଦିରର ଫୋଟୋ ବଣ୍ଟନ କରାଯିବ, ଏଥିରେ ସର୍ବ ସାଧାରଣଙ୍କୁ ସହଯୋଗ କରିବାପାଇଁ ଖଣ୍ଡ ସଂଯୋଜକ ଶ୍ରି ଯୁକ୍ତ ବୀରଭଦ୍ର ଆଚାରି,ସହ ସଂଯୋଜକ ଶ୍ରୀଯୁକ୍ତ ରାମକୃଷ୍ଣ ପାଣି ଗ୍ରାହୀ, ଅନୁରୋଧ କରିଛନ୍ତିି। ପ୍ରତି ଦିନ ଶ୍ରୀରାମ ମନ୍ଦିରରୁ ପ୍ରାତଃ ୬ ଘଣ୍ଟା ସମୟରେ ବିଜୟ ମହାମନ୍ତ୍ର ରାମଧୁମ୍ ଗାଇ ଭକ୍ତ ଗଣ ନଗର ପରିକ୍ରମା କରୁଛନ୍ତି। ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଓ ଗାୟତ୍ରୀ ପରିବାର ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନର ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି। ପ୍ରତି ପଞ୍ଚାୟତସ୍ତରରେ ଆଦିତ୍ୟ ବାହିନୀ ଯୁବକ ସଂଘ ଓ ଯୁବବନ୍ଦୁ ମାନେ ମନପ୍ରାଣ ଦେଇ ଅକ୍ଷତକୁ ଘର ଘରକୁ ଯାଇ ନିମନ୍ତ୍ରଣ ଦେବେ ବୋଲି ଜଣା ଯାଇଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ