।। ଅବସରପ୍ରାପ୍ତ ଶିକ୍ଷକଙ୍କ ହୃଦ୍‌ଘାତେ ପରଲୋକ ।।

Jul 10, 2024 - 19:39
 0  211
।। ଅବସରପ୍ରାପ୍ତ ଶିକ୍ଷକଙ୍କ ହୃଦ୍‌ଘାତେ ପରଲୋକ ।।

ବରୀ,(ରଞ୍ଜିତ ମହାନ୍ତି) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଈଶାଣପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଘଡାଇଙ୍କ ବୁଧବାର ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତ ଘଡାଇଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଘଡାଇ ଜଣେ ଆଦର୍ଶ ଶିକ୍ଷକଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାକ୍ଷଣି ତାଙ୍କ ଈଶାଣପୁରସ୍ଥିତ ବାସଭବନରେ ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ଣ୍ଣ ଚନ୍ଦ୍ର ଘଡାଇ, ମକରଧ୍ୱଜ ସାହୁ, ହରିଶ୍ଚନ୍ଦ୍ର ଦାସ, ଅନନ୍ତ ଚରଣ ମଲ୍ଲିକ, ମକର ଚରଣ ଘଡାଇ, ଅବସରପ୍ରାପ୍ତ ସେନାଅଧିକାରୀ ବିରଞ୍ôଚ କୁମାର ମିଶ୍ର, ଭାଗିରଥି ଦାସଙ୍କ ସମେତ ବହୁ ଶୁଭେଚ୍ଛୁ ପହଞ୍ôଚ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ୱର୍ଗତଃ ଘଡାଇଙ୍କ ବିୟୋଗରେ ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନା, ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ଗଭୀର ଶୋକବ୍ୟକ୍ତ କରିବା ସହ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ ସମ୍ପନ୍ନ ନିମନ୍ତେ ଶବଶୋଭାଯାତ୍ରାରେ ନିଆଯାଇଥିବା ଜଣାପଡିଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ