ଅଟୋ ଚୋରି ଘଟଣାରେ ଦୁଇ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ୍ ପୋଲିସ

Dec 7, 2024 - 20:27
 0  278
ଅଟୋ ଚୋରି ଘଟଣାରେ ଦୁଇ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ୍ ପୋଲିସ

କୋରାପୁଟ ସିନେମା ହଲ ସାହିରେ ଗତ ୨ ତାରିଖରେ ସତ୍ୟ ନାରାୟଣ ଦୋରାଙ୍କ ଘର ସମ୍ମୁଖରୁ ନିଜ ଅଟୋ ଚୋରି ହୋଇଥିବା କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। କୋରାପୁଟ ଟାଉନ ଥାନା ଏଏସ‌ଆଇ ସେଖ ମୁକତାଜ ଘଟଣାର ତଦନ୍ତ କରି ଚୋରି ହୋଇଥିବା ଅଟୋ ଜବତ୍ କରିବା ସହ ଚୋରି ମାମଲାରେ ଦୁଇ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଥିବା ଟାଉନ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ମଧ୍ୟରୁ ତିନି ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ ୪ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ନାବାଳକକୁ ସୁଧାର ଗୃହକୁ ପଠା ଯାଇଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ଚୋରି ହୋଇଥିବା ଅଟୋ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ