ଅଜଣା ଦୁର୍ବୃତ୍ତଙ୍କ ଛୁରା ମାଡରେ ଦୁଇ ଯୁବକ

Jan 14, 2025 - 16:06
 0  7
ଅଜଣା ଦୁର୍ବୃତ୍ତଙ୍କ ଛୁରା ମାଡରେ ଦୁଇ ଯୁବକ

ଗୁରୁତର, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଉପକଣ୍ଠ ପାଣ୍ଡୁଲି ସାହିରେ ଅଘଟଣ। ଅଜଣା ଦୁର୍ବୃତ୍ତଙ୍କ ଛୁରାମାଡରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଗୁରୁତର ମାନେ ହେଲେ, ଖଜୁରୀପଡା ଥାନା ଅଞ୍ଚଳର ସଞ୍ଜୟ ପ୍ରଧାନ ଏବଂ ଫୁଲବାଣୀ ଟାଉନ ଥାନା ଜିରିଙ୍ଗପଡା ଅଞ୍ଚଳର ରାଜା ମହାନନ୍ଦିଆ। ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ, ୩ ଜଣ ଅଜଣା ଯୁବକ ଗତକାଲି ସନ୍ଧ୍ୟାରେ ଏକ ମୋଟର ସାଇକେଲରେ ଆସି ଅଚାନକ ସେମାନଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ