ଅଗଷ୍ଟ ୨୩/୨୪ ସୁଦ୍ଧା ନୂଆପଡା ରେ ୟୁରିଆ ସାର ପହଞ୍ଚିବ

Aug 21, 2025 - 19:47
 0  13
ଅଗଷ୍ଟ ୨୩/୨୪ ସୁଦ୍ଧା ନୂଆପଡା ରେ ୟୁରିଆ ସାର ପହଞ୍ଚିବ

ନୂଆପଡା : ଓଡ଼ିଶା ସରକାର ଙ୍କ କୃଷି ଭବନ ଠାରେ ନୂଆପଡା ଜିଲ୍ଲାର ଚାଷୀ ନେତା ତଥା ବିଜେପି ବରିଷ୍ଠ ନେତା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ କୃଷି ବିଭାଗ ର ଉଚ୍ଚ ଅଧିକାରୀ ସ୍ତର ରେ ଜିଲ୍ଲା ରେ ଦେଖାଦେଇଥିବା ଉତ୍କଟ ସାର ଅଭାବ ଉପରେ ବିସ୍ତୃତ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ। କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦେ ଓ ଡି ଡି ଏ ଶ୍ରୀ ଶାରଦା ପ୍ରସନ୍ନ କର ଙ୍କ ସହିତ ନୂଆପଡା ଜିଲ୍ଲା ର ଚାଷୀ ଙ୍କ ଆବଶ୍ୟକ ସମୟ ରେ ଆବଶ୍ୟକତା ମୁତାବକ ସାର ଯୋଗାଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିବେଦନ କରିଥିଲେ, ନଚେତ ଖରିଫ୍ ଚାଷ ବହୁ ମାତ୍ରା ରେ ପ୍ରଭାବିତ ହେବ ବୋଲି ଶ୍ରୀ ପାଣିଗ୍ରାହି ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଜିଲ୍ଲା ରେ ସାର ର ଅଭାବ ସହିତ ଚାଷୀ ଙ୍କ ମହଲ ରେ ଭାଲେଣୀ ପଦିଛି। ପରିସ୍ଥିତି ର ଫାଇଦା ନେଇ ଅସାଧୁ ବ୍ୟବସାୟୀ ଚାଷୀ ଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସୁଛି। ଯୁଗ୍ମନିର୍ଦ୍ଦେଶକ ଶ୍ରୀ ଦେ ପ୍ରକାଶ କରିଥିଲେ ଯେ, ପଶ୍ଚିମ ବଙ୍ଗ ଦୁର୍ଗାପୂର ର ମାର୍ଟିକ୍ସ ସାର କାରଖାନା ରେ ଶ୍ରମିକ ଅଶାନ୍ତି ପାଇଁ ଆମର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ସାର ପହଞ୍ଚିବା ରେ ଏକ ସପ୍ତାହ ର ବିଳମ୍ବ ହୋଇଛି। ବର୍ତ୍ତମାନ ସମସ୍ତ ପଦକ୍ଷେପ ନିଆ ସରିଛି, ଆଗାମୀ ୨୩/୨୪ ଅଗଷ୍ଟ ସୁଦ୍ଧା ନୂଆପଡା ରେ ହାଫ୍ ରେକ ୟୁରିଆ ଅର୍ଥାତ୍ ସାଢେ଼ ବାର ଶହ ଟନ, ଯାହାକି ପ୍ରାୟ ସତେଇସ ହଜାର ବସ୍ତା ୟୁରିଆ ପହଞ୍ଚିବ। ଏହା ପରେ ପରେ ଆଉ ଅଧା ରେକ୍ ସାର ପରବର୍ତ୍ତୀ ସପ୍ତାହ ରେ ପହଞ୍ଚିବ। ଏଣୁ ଜିଲ୍ଲା ର ସାର ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି ପ୍ରକାଶ କରିଥିଲେ ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ