ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳିତ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

Aug 2, 2025 - 18:55
 0  11
ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳିତ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ନୂଆପଡ଼ା : ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ନୂଆପଡ଼ା ଠାରେ ସମଗ୍ର ଶିକ୍ଷା, ନୂଆପଡା ତରଫରୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ରଏତ, ଅତିରିକ୍ତ ଜିଲ୍ଲାପାଳ ନୂଆପଡା, ଲମୋଧର ଧରୁଆ, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୂଆପଡା, ଜିଲ୍ଳା ପରିଷଦ ଉପଧକ୍ଷା ଦୀପିକା ଦୀପ, ଜିଲ୍ଳା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ ଓ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଓ ଡ. ରେଶମ ଲାଲ ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାରାଣୀ ଯୋଶୀ, ଜିଲ୍ଲା ଅନ୍ତର୍ଣିବେଶୀ ଶିକ୍ଷା ସଂଯୋଜକ ସମଗ୍ର ଶିକ୍ଷା ନୂଆପଡା ହେମନ୍ତ ଭୋଇ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ମଞ୍ଚାସିନ ଥିଲେ। ଏହି ଉପଲକ୍ଷେ ନୂଆପଡା ଓ କୋମନା ବ୍ଲକ ର ୧୦୦ ରୁ ଉର୍ଦ୍ଧ୍ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତା ଯୋଗଦେଇଥିଲେ। ଏଥିରେ ହ୍ବିଲ ଚେୟାର ୫ ଟି, ରୋଲେଟର ୧୦ ଗୋଟି , ବ୍ଲାଇଣ୍ଡ କୀଟ ୦୫ଟି, ଶିକ୍ଷଣ ସାମଗ୍ରୀକ ୮ଟି, ଶ୍ରାବଣ ଯନ୍ତ୍ର ୩୦ ଟି, ପ୍ରତିସରଣ ତ୍ରୁଟି ପିଲାଙ୍କୁ ୬୦ ଗୋଟି ଚଷମା ବଣ୍ଟନ କରାଯାଇ ଥିଲା। ଶଙ୍କର୍ଷନ ପୁରୋହିତ୍ ମଞ୍ଚ ପରିଚଳନା କରୁଥିବା ବେଳେ ନୂଆପଡା ବ୍ଲକ ସାଧନ କର୍ମୀ ଉପେନ୍ଦ୍ର ଶାମଲ୍, କାର୍ତ୍ତିକ ବିଶ୍ଵାଳ, ସମେଶ ତ୍ରିପାଠୀ, ନୂଆପଡା ଓ କୋମନା ବ୍ଲକ୍ ର ସମସ୍ତ IEV ଶୁଭେନ୍ଦୁ ପାଢ଼ୀ, କିଶୋର ମହଲା, ଅବିନାଶ ମିଶ୍ର ସହଯୋଗ କରିଥିଲେ। ପରିସେଶ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ