।। AOSCF ନୂତନ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

Dec 17, 2023 - 19:38
 0  123
।। AOSCF ନୂତନ କମିଟି  ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅସ୍ଥାୟୀ ଆମ୍ବେଦକର ଭବନ ପରିସରରେ ଜୟପାଟଣା ଯୁଧିଷ୍ଟିର ସୁନା ଙ୍କ ସଭାପତତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ସଭାରେ ଧନଞ୍ଜୟ ଦୀପ,ରୁଦ୍ର ପ୍ରସାଦ ପାଣିଗ୍ରାହି,ମାଧବ ଶୁନାନି,ଶ୍ରୀକାନ୍ତ ଛତ୍ରିଆ ,ଅରୁଣ ମହାନନ୍ଦ,ସୀତାକାନ୍ତ ସାଗର,ବସନ୍ତ ନିଆଲ ପ୍ରମୁଖ ମଞ୍ଚଷିନ ଥିଲେ। ଅନୁସୂଚିତ ଜାତି ର ସାମାଜିକ ଏକତା , ଆର୍ଥିକ, ଶିକ୍ଷାଗତ କିଭଳି ପ୍ରଗତି ପଥ କୁ ଆଗେଇ ପାରିବ, ସଂଘଟିତ ହୋଇ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରିବା ,ଲୋକଙ୍କୁ ସଚେତନ କରିବା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ନୂତନ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ ପାଇଁ ପ୍ରତେକ୍ ପଞ୍ଚାୟତ, ୱାର୍ଡ, କିମ୍ବା ଗ୍ରାମ ରେ ସମାଜ କୁ ଯାଇ କର୍ମକର୍ତ୍ତା ଚୟନ ପାଇଁ ଅସ୍ଥାୟୀ କମିଟି ଗଠନ କରାଯାଇଛି। ଅସ୍ଥାୟୀ କମିଟି ରେ ପ୍ରବୀଣ କୁମାର ମହାନନ୍ଦ, ଡିଙ୍ଗର ବାଗ,ସୁକାନ୍ତ ସାଗର,ବାବୁଲି ହରିଜନ,ସୁବାସ ନାୟକ, ଅଙ୍ଗଦ ନାଏକ, ହରିହର ଛତ୍ରିଆ,ରଜନୀକାନ୍ତ ଛତ୍ରିଆ,ଉପେନ୍ଦ୍ର ନାଗ ଙ୍କୁ ଚୟନ କରାଯାଇଛି। କାର୍ଯ୍ୟ କ୍ରମ କୁ ରଶ୍ମି ରଞ୍ଜନ ସୁନାଙ୍କ ସହ ମୁନ୍ନା ଭାଇ ପରିଚାଳନା କରିଥିଲେ ।

 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ