।। 75 ପାର ବୃଦ୍ଧା ଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା ।।

Jul 24, 2024 - 19:38
 0  9
।। 75 ପାର ବୃଦ୍ଧା ଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା ।।

ପାଟଣା-ଜଣେ 75 ବର୍ଷ ର ବୃଦ୍ଧା ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି।ପାଟଣା ବ୍ଲକ ଡିଆନାଳୀ ଗ୍ରାମର କନ୍ଦର୍ପ ଦାସ ଙ୍କ ପତ୍ନୀ ଦ୍ରୌପଦୀ ଦାସ ଙ୍କୁ 75 ପାର କଲାଣି।ଏ ବୟସରେ ତାଙ୍କୁ ଦୈନନ୍ଦିନୀ ଖର୍ଚ୍ଚ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ଆବଶ୍ୟକତା ଥିବା ବେଳେ ସ୍ୱାମୀ ଙ୍କ ଭତ୍ତା ଟଙ୍କାରେ ଏହି ଦୁଇ ପ୍ରାଣୀ ଚାଳିପାରୁ ନାହାନ୍ତି।ପରିଣତ ବୟସରେ ପିଲାମାନେ ପଚାରୁ ନଥିବାରୁ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିବା ବେଳେ ଦ୍ରୌପଦୀ ଭତ୍ତା କରାଇ ଦେବାପାଇଁ ପଞ୍ଚାୟତ ରୁ ବ୍ଲକ ଯାଏ ବାରମ୍ବାର ଦୌଡ଼ିବା ସତ୍ୱେ କୌଣସି ସୁଫଳ ମିଳିନାହିଁ।ଏପରିକି ଭଙ୍ଗା ଦଦରା ଘରେ ଏହି ବୃଦ୍ଧ ଦମ୍ପତି ସାପ ବେଙ୍ଗ ଭୟରେ ଦିନ କାଟୁଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ମିଳି ନଥିବାରୁ ବ୍ଲକ ପ୍ରଶାସନ ଏହି ବୃଦ୍ଧ ଦମ୍ପତି ଙ୍କ ସମସ୍ୟା ପ୍ରତି ନଜର ଦେବାକୁ ସେମାନେ ଦାବି କରିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ