20 ଏକର ଜମି ରୁ ଗଂଜେଇ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

Nov 10, 2024 - 17:51
 0  19
20 ଏକର ଜମି ରୁ ଗଂଜେଇ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଆରମ୍ଭ ହେଲା ଅପେରସନ ଗ୍ରୀନ କ୍ଳୀନ | ମାଛକୁଣ୍ଡ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଭାବରେ ଗୋଡିହଞ୍ଜର ପଞ୍ଚାୟତ ର ଦହନାପୁଟ,ବାଙ୍ଗୁରୁପଡ଼ା ଏବଂ ଏନୁଗୁ ଗ୍ରାମ ନିକଟ ରେ ସ୍ଥାନୀୟ ମାଜିଷ୍ଟେଡ଼ ତଥା ଅତିରିକ୍ତ ତହସିଲଦାର କମଲେଶ ମହନ୍ତ ମାଝୀ ଙ୍କ ଉପସ୍ଥିରେ ପ୍ରାୟ ୨୦ ଏକର ଜମିରୁ ପ୍ରାୟ ୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଆଜିଠାରୁ ଆରମ୍ଭ ହୋଇଛି ଅପେରସନ ଗ୍ରୀନ କ୍ଳୀନ |ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଦୁଇ ପ୍ଲାଟୁନ ଡିଵିଏଫ ଫୋର୍ସ,ମାଛକୁଣ୍ଡ, ଲମତାପୁଟ ଓ ଜଲାପୁଟ ଥାନା ସହିତ ଅବକାରୀ ବିଭାଗ ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ସକାଳ ୯ ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଅପେରସନ ଜାରି ରହିଥିଲା |ଏହି ଗଂଜେଇ ଚାଷ ଜଙ୍ଗଲ ଜମି ନା ମାଲିକାନା ଜମିରେ ହୋଇଛି ସ୍ଥାନୀୟ ଆରଆଇ ଙ୍କ ରିପୋର୍ଟ ମିଳିବା ପରେ ଯଦି ସେହି ଜମି ମାଲିକାନା ଜମି ହୋଇଥାଏ ତାହାଲେ ସମ୍ପୃକ୍ତ ଜମି ମାଲିକଙ୍କ ନାମରେ ମାମଲା ରୁଜୁ ହେବ |ଏହି ସୂଚନା ଦେଇଛନ୍ତି ମାଛକୁଣ୍ଡ ଥାନା ଅଧିକାରୀ। 

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ