୮୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ୧୦୦ ଲିଟର ପୋଚ ଓ ଗରମ ପୋଚ ୨୦ ଲିଟର ଜବତ

Dec 16, 2025 - 20:16
 0  32
୮୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ୧୦୦ ଲିଟର ପୋଚ ଓ ଗରମ ପୋଚ ୨୦ ଲିଟର ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୬.୧୨.୨୦୨୫ ରିଖ: ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ,ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ଅଶେଷ କୁମାର ନାୟକ ଙ୍କ ନେତୃତ୍ବ ରେ ନବରଙ୍ଗପୁର ଥାନା ଅନ୍ତର୍ଗତ ସେମିଲିଗୁଡା ଗ୍ରାମରେ ଚଢ଼ାଉ କରି,ଜଣେ ମହିଳା ଆସାମୀ ନିକଟରୁ ୧୯ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ନବରଙ୍ଗପୁର ଥାନା ଅନ୍ତର୍ଗତ ଜାନକୀ ନଗର ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ନିକଟରୁ ୧୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ୧୦୦ ଲିଟର ପୋଚ ଓ ଗରମ ପୋଚ ୨୦ ଲିଟର ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଦିଆଗଲା ! ଆସାମୀ ଦୁଇ ଜଣଙ୍କୁ ମାନ୍ୟବର ଏସ, ଡି, ଜି, ଏମ,ଙ୍କ ଅଦାଲତ ରେ ହାଜର କରାଗଲା VIDE PR NO ୧୦୭/୨୦୨୫-୨୬ ଓ ୧୦୮/୨୦୨୫-୨୬ OF INSPETOR OF EXCISE NABARANGPUR RANGE ରେ ମକଦ୍ଦମା ରୁଜୁ କରାଗଲା ! ଖାତିଗୁଡା ଥାନା ଅନ୍ତର୍ଗତ ଫଟା ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ନିକଟରୁ ୧୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ନବରଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡୁଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ପୁରୁଷ ଆସାମୀ ନିକଟରୁ ୨୨ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! PR NO ୨୮୦/ ୨୦୨୫-୨୬ ଓ ୨୮୧/ ୨୦୨୫-୨୬ OF OIC OF EXCISE STATION NABRANGPUR, କୋଡୀଙ୍ଗା ଥାନା ଅନ୍ତର୍ଗତ ମୋଦିନାୟକ ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ପୁରୁଷ ଆସାମୀ ନିକଟରୁ ୨୪ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ଆସାମୀ ମାନଙ୍କୁ ମାନ୍ୟବର ଏସ, ଡି, ଜି, ଏମ,ଙ୍କ ଅଦାଲତ ରେ ହାଜର କରାଗଲା ! ଏହି ଚଢାଉ ରେ ଅବକାରୀ ସହଉପନିରୀକ୍ଷକ କୀଲାଡା ଭାସ୍କର,ସିପାହୀ ରଞ୍ଜୀ ଯାନୀ, ରିସିମା କୁମାରୀ ସୁନା, ସୁଧାଂଶୁ ଶେଖର ବାଘ,ଉମେଶ ହରିଜନ,ସଦାଶିବ ଭତରା ଓ ଆକ୍ରମ ଖାଁ ସହଯୋଗ କରି ଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ