୬ବର୍ଷ ପୁରୁଣା ଗୃହକୁ ଚଞ୍ଚକତା କରି ବିଲ ହେଉଥିବା ନେଇ ଅଭିଯୋଗ

ଯାଜପୁର , 2018 ମସିହା ତତ୍କାଳୀନ ବିଧାୟକ ମହାକାଳପଡ଼ା ଗ୍ରାମପଞ୍ଚାୟତ ନିଳାପଦା ଗ୍ରାମର ୱାର୍ଡ ନମ୍ବର ତିନରେ "ଆମ ଗାଁ ଆମ ବିକାଶ"ରେ ତଳ ସାହି ଗୋଷ୍ଠି କେନ୍ଦ୍ର ଯୋଗାଇ ଦେଇଥିଲେ ।ବିଧାୟକଙ୍କ ସମର୍ଥକ ମାନେ ଗୃହ ନିର୍ମାଣ ହେବାକୁ ଥିବା ଜମି ଚିହ୍ନଟ ପାଇଁ ତାହାସିଲଙ୍କ ନିକଟରେ ଆବେଦନ କରିଥିଲେ ।ସେସମୟର ଭାଜପା ନେତାଙ୍କ ସମର୍ଥକ ଉକ୍ତ ଗୃହକୁ ଚଞ୍ଚକତା କରି ଅନ୍ୟଏକ ଜାଗାରେ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶରେ କରିଥିଲେ । ପରେ ବିଧାୟକଙ୍କ ଗୋଷ୍ଠି ବ୍ଲକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ଏ ସମ୍ପର୍କରେ ବିଧାୟିକଙ୍କୁ ମଧ୍ଯ ଜଣାଇଥିଲେ ,ପରବର୍ତ୍ତୀ ସମୟରେ ବିଧାୟକଙ୍କ ଗୋଷ୍ଠି ସେହି ଗ୍ରାମର ଗ୍ରାମଦେବତୀ ମହାକାଳ ମନ୍ଦିର ନିକଟରେ ଆଉ ଏକ ଗୃହ କରି ବିବାଦକୁ ଆସିଥିଲେ , ଘରଟି ଗ୍ରାମଦେବତୀଙ୍କ ନାମରେ ଥିବା ଶ୍ରୀ ମହାକାଳ ଠାକୁରାଣୀ ବିଜେ ନିଜ ଗାଁ ମାର୍ଫତ -ସମସ୍ତ ଗ୍ରାମବାସୀଙ୍କ ପକ୍ଷେ-ବା ଧନୀ ପଣ୍ଡା ,ଖାତା ନମ୍ବର 163,ପ୍ଲଟ ନମ୍ବର 1725 ବିଜେସ୍ଥଳୀ ରେ ବେଆଇନ ଭାବେ ହେଉଥିବା ଗୃହକୁ ପୂଜକ ଧନୀପଣ୍ଡା ବ୍ଲକ ପ୍ରଶାସନ ସହିତ ତହସିଲଦାର ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ଗୋଷ୍ଠୀଙ୍କ ବିବାଦ ଅଧିକା ଘନୀଭୂତ ହେବାରୁ , ପରେ ପ୍ରକଳ୍ପ ନିର୍ଦେଶକଙ୍କୁ ଏ ସମ୍ପର୍କରେ ବୁଝା ସୁଝା କରିବା ପାଇଁ ବିଧାୟକ ନିର୍ଦ୍ଧେଶ ଦେଇଥିଲେ , ପରେ ବ୍ଲକର କିରାଣୀ ଶମ୍ଭୁନାଥ ବେହେରା ଓ ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ , ପରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଏ ବିଲଟିକୁ ଉଭୟଙ୍କୁ ନଦେବା ଲାଗି ବିଡିଓଙ୍କୁ ନିର୍ଦେଶ ଦେଇଥିଲେ, ପଡିରହିଥିବା ପୁରୁଣା ଘରକୁ ବିଧାୟକଙ୍କ ପାଣ୍ଠିରୁ 3 ଲକ୍ଷ ମହାକାଳ ଗୋଷ୍ଠି କେନ୍ଦ୍ର ନାମରେ ଓ ଆମ ଓଡ଼ିଶା ନବୀନ ଓଡିଶା ରେ 3 ଲକ୍ଷ ଟଙ୍କାକୁ ବିଲ କରିବାକୁ ଯୋଜନା ଚାଲିଛି । ଦୀର୍ଘଦିନ ଧରି ପଡିରହିଥିବା ଦୁଇଟି ପୁରୁଣା ଘରକୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ସାହୁ ଓ ସହକାରୀ ଯନ୍ତ୍ରୀ ସନ୍ଦୀପ ଦାସ କାହା ନିର୍ଦେଶରେ ବିଲ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ଏ ଘଟଣା ସାଧରଣରେ ପ୍ରଶ୍ନ ଉଠୁଛି । ଏ ସମ୍ପର୍କରେ ସେହି ଗ୍ରାମର ଯୁବକ ମିହିର ରଞ୍ଜନ ମଳିକ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦୁଇଟି ପ୍ରକଳ୍ପକୁ ନେଇ ଦୁଇଟି ଅଭିଯୋଗ କରିଥିବାବରୀ ।
ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






