୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ ସଂସ୍କୃତି ଓ ପରମ୍ପରା ଆମ ଜାତିର ସ୍ୱାଭିମାନ - ମନ୍ତ୍ରୀ କୃଷ୍ଣ ମହାପାତ୍ର

Dec 19, 2025 - 12:47
 0  5
୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ ସଂସ୍କୃତି ଓ ପରମ୍ପରା ଆମ ଜାତିର ସ୍ୱାଭିମାନ - ମନ୍ତ୍ରୀ କୃଷ୍ଣ ମହାପାତ୍ର

କୋରାପୁଟ,( ରଞ୍ଜିତ ନାୟକ ) ତା: ୧୮.୧୨.୨୦୨୫ ରିଖ: ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଛି ! ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ ! ପରେ ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରବ ମୁଖ୍ୟ ସମାରୋହରେ ମନ୍ତ୍ରୀ ଶ୍ରୀ ମହାପାତ୍ର ମଶାଲ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ! ସଂସ୍କୃତି ଏକ ଜାତିର ପରିଚୟ,ଆମ ସ୍ବାଭିମାନର ପ୍ରତୀକ, ତେଣୁ ଆମେ ଆମ ସଂସ୍କୃତି ପରମ୍ପରାକୁ ପରବ ମାଧ୍ୟମରେ ବଜାୟ ରଖିବା ବୋଲି ମୂଖ୍ୟ ଅଥିତି ବକ୍ତବ୍ୟ ରଖିଥିଲେ ! ପରବ ମାଧ୍ୟମରେ କୋରାପୁଟ ମାଟିର ସଂସ୍କୃତି ଓ ଏତିହ୍ୟ ନିଜର ପରିଚୟ ଦେଇଥାଏ,ପରବରେ ଆମ ଆଦିବାସୀଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ବିଦେଶୀ ପର୍ଯ୍ୟଟକ ମାନଙ୍କ ଦ୍ଵାରା କିଣା ଯିବା ଦ୍ଵାରା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ହେଉଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ! ପରବ ଆଜି ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ପାଇବା ଆମ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ! ଆଦିବାସୀ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପରବ ପାଳନର ଯଥାର୍ଥତା ଉପରେ ମନ୍ତ୍ରୀ ପ୍ରତିପାଦନ କରିଥିଲେ ! କୋରାପୁଟ ବିଧାୟକ ରଘୁରାମ ମାଛ,ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ,ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କୋଟପାଡ ବିଧାୟକ ରୂପ ଭତ୍ରା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଳେକା,ଏସପି ରୋହିତ ବର୍ମା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପରବ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ! କୋରାପୁଟ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ବନ୍ଦେ ମାତରମ ସଙ୍ଗୀତ ପରିବେଷଣ କରିଥିଲେ ! ଜିଲ୍ଲାପାଳ ,ସ୍ୱାଗତ ଭାଷଣ ଦେଇଥିବାବେଲେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ! ସଭା ଶେଷରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଓ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ ! ପରବର ପ୍ରଥମ ରାତିରେ ଦୂରୂଆ ସମ୍ପ୍ରଦାୟର ଢେମାଶା ,ଓଡ଼ିଶୀ, ମସ୍ତିପୁଟର କାଠି ନାଚ,ଢ଼େମଶା ନୃତ୍ୟ, ସାନ୍ତାଳୀ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା ।

 କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ