୨୭ ତମ କଳାହାଣ୍ତି ଘୁମୁରା ଉତ୍ସବ ୨୦୨୫ ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗୀତା

Jan 4, 2025 - 20:00
 0  22
୨୭ ତମ କଳାହାଣ୍ତି ଘୁମୁରା ଉତ୍ସବ ୨୦୨୫ ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗୀତା

କଳାହାଣ୍ତି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମହୁଲପାଟଣା ପଞ୍ଚାୟତ କେନ୍ଦୁଗୁଡା ଘାଟ ଠାରେ ୨୭ ତମ କଳାହାଣ୍ତି ଘୁମୁରା ଉତ୍ସବ ୨୦୨୫ ଅବସରରେ ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗୀତା ଜିଲ୍ଲା ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚିନ ପାଓ୍ବାର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ଡି.ଇ.ଓ କମଳାକାନ୍ତ ମହାରଣା, ପିଏଆଇଟିଡିଏ ପଦ୍ଯୁମ୍ନ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନନ୍ଦୀକିଶୋର ତାଣ୍ତି, ସିଡିଏମଓ ଡାକ୍ତର ସୁଚେତା ମିଶ୍ର, ଡିଏଫଓ ସୁଶ୍ରୀ ଦ୍ରୌପଦୀ ମାଝୀ ସମେତ ଥୁଆମୁଳ ରାମପୁର ବ୍ଳକ ଅଧିକାରୀ ଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି,ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବାଜ୍ରା ଭୋଇ ବିଜେପି ନେତା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ଡବ୍ଳୁଇଓ ଶୁଭଜିତ, ବିଏସ ଏସ ଓ ସୁନାରାମ ସରେନ,ବ୍ଳକ ଯୋଗାଣ ଅଧିକାରୀ ବିଭୂତି ସାହୁ, ଏଇଇ ସାଲକୋ ହେମ୍ବ୍ରମ, ଜେଇ ଦେବେନ୍ଦ୍ର ମହାନନ୍ଦ, ବିପିସି ରାଜେନ୍ଦ୍ର ନାରାୟଣ ସିଂ ଉପସ୍ଥିତ ରହିଥିଲେ। ଏଥିରେ ତୀରନ୍ଦାଜୀ ଓ ନୌଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ତୀରନ୍ଦାଜୀରେ ପ୍ରଥମ ଅଧିକାର କରିଥିଲେ ଥୁଆମୁଳ ରାମପୁର ବ୍ଳକ ଏଇଇ ସାଲକୋ ହେମ୍ବ୍ରମ, ଦ୍ବିତୀୟ ସ୍ଥାନ ରାମସିଂ ମାଝୀ ଚବୁରୀ ଗ୍ରାମ, ତୃତୀୟ ସ୍ଥାନ ହାସଲ କରିଥିଲେ କୁମୁଡାସିଲ ଗ୍ରାମର ସୁବାସ ମାଝୀ, ସେହିପରି ନୌଚାଳନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କମଲାଗୁଡା ଚକ୍ରମାଝୀ ଓ ସୁବାସ ମାଝୀ, ଦ୍ବିତୀୟ ସ୍ଥାନରେ ରାଏପାଟ ଗ୍ରାମର ଡମ୍ବରୁ ମାଝୀ ଓ ଜୟସିଂ ମାଝୀ ରହିଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିଲେ କେନ୍ଦୁଗୁଡା ଗ୍ରାମର ଧନେଶ୍ୱର ମାଝୀ ଓ ତ୍ରିନାଥ ମାଝୀ ତେବେ ବିଜୟୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ କଳାକାରମାନେ ନୃତ ପରିବେଷଣ କରିଥିଲେ, ମଞ୍ଚକୁ ଥୁଆମୁଲ ରାମପୁର +୨ ମହାବିଦ୍ୟାଳୟ ଅଧ୍ଯକ୍ଷ ସତ୍ଯନାରାୟନ ମୁଣ୍ଡଛିନା ପରିଚାଳନା କରିଥିବାବେଳେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ