।। ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଗିରଫ ।।

Oct 10, 2024 - 15:47
 0  12
।। ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଗିରଫ  ।।

ନନ୍ଦପୁର ପୋଲିସ କୁ ସଫଳତା। ଏକ ବୋଲେରୋ ପିକପ ଗାଡ଼ି ରୁ ୧ କୁଇଁଣ୍ଟାଲ୍ ଗଂଜେଇ ଜବତ କରିଛି।ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ନେତୃତ୍ଵ ରେ ଏକ ଟିମ୍ ଗଠନ କରି ନନ୍ଦପୁର ନିକଟ ରେ ଜଗି ରହିଥିଲା କିନ୍ତୁ ପୋଲିସ କୁ ଦେଖି ଖସି ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଉକ୍ତ ଗାଡିକୁ ପିଛା କରି ଧରି ଥିଲା ପୋଲିସ।ପରେ ଗାଡିକୁ ଯାଞ୍ଚ ଯାଞ୍ଚ କରିବାରୁ ଉକ୍ତ ଗାଡ଼ି ରୁ ଗଂଜେଇ ବାହାରି ଥିଲା । ମାଜିଷ୍ଟେଟ ଙ୍କ ଉପସ୍ଥିତି ରେ ଜବତ ଗଂଜେଇ କୁ ଓଜନ କରାଯିବାରୁ ୧୦୦ କେଜି ୪୦୦ ଗ୍ରାମ ଥିବାର ଜଣାପଡ଼ିଛି।ଜବତ ଗଂଜେଇ ର ମୂଲ୍ୟ ୧୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଥିବା ବେଳେ ଏହି ମାମଲା ରେ ଦୁଇ ଜଣ ବ୍ୟକ୍ତି କୁ ଗିରଫ କରିଛି ପୋଲିସ।ଏହି ଗଂଜେଇ ଜଲାପୁଟ ଅଞ୍ଚଳ ରୁ ବିଭିନ୍ନ ଗ୍ରାମରୁ କିଣି ସେମିଳିଗୁଡା ଅଞ୍ଚଳ କୁ ଚୋରା ଚାଲାଣ କରୁଥିବା ବେଳେ ଏ ନେଇ ନନ୍ଦପୁର ପୋଲିସ ଏକ ndps କେସ ମଲାଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ