।। ହତ୍ୟା ଅଭିଯୋଗ ରେ ତିନି ଗିରଫ,,ସୂପାରି ଡ଼ିଲ ହୋଇଥିଲା ସ୍ବୀକାର କଲେ ଅଭଯୁକ୍ତ ।।

Feb 6, 2024 - 16:20
 0  16
।। ହତ୍ୟା ଅଭିଯୋଗ ରେ ତିନି ଗିରଫ,,ସୂପାରି ଡ଼ିଲ ହୋଇଥିଲା ସ୍ବୀକାର କଲେ ଅଭଯୁକ୍ତ ।।

ପ୍ରେମ, ହେଲା ପାପ ସୂପାରି ଦେଇ ପ୍ରେମିକ କୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ହେଲେ ଦେବଗଡ଼ ଜିଲ୍ଲାର ଝିଲି ମହାପାତ୍ର । ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ବୀରମହାରାଜପୁର ବ୍ଲକର ରିତା ନାୟକ ଓ ରାଜୀବ କୁମ୍ଭାର । ପୋଲିସର ସୂଚନା ଅନୁଯାୟୀ ଝିଲି ମହାପାତ୍ର ଓ ଡମ୍ବରୁ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଡମ୍ବରୁ ଏବେ ରାଉରକେଲାର ଜଣେ ଝିଅକୁ ଭଲ ପାଉଥିବା ଜାଣି ପାରିଥିଲା ଝିଲି । ଫଳରେ ଡମ୍ବରୁକୁ ଜୀବନରୁ ମାରିଦେବାକୁ ପ୍ଲାନ କରି ଦୁଇ ଜଣଙ୍କୁ ସୁପାରି ଦେଇଥିଲେ । ୪୦ ହଜାର ଟଙ୍କା ରେ ହୋଇଥିଲା ଏହି ହତ୍ୟା ଡ଼ିଲ। ଫୋନ ପେ ମାଧ୍ୟମରେ ୧୦ ହଜାର ଟଙ୍କା ବଇନା ଦେଇଥିଲା ପ୍ରେମିକା ଝିଲି । ପୂର୍ବ ଯୋଜନା ମୁତାବକ ଡମ୍ବରୁଙ୍କୁ ପାର୍ଟି କରିବା ବାହାନାରେ ଡାକି ରିତା ଓ ରାଜୀବ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସ୍କୁଟି ଓ ଏକ ଭଙ୍ଗା ସିମ ଜବତ କରିଛି । ଆଜି ଏହି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

(ବ୍ୟୁରୋ ଚିପ୍ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ