ସୋଡାମାଲ ବିଦ୍ୟାଳୟର ବାର୍ଷିକ ଉତ୍ସବ
କୋଲାବିରା,୭।୨(ଫାଷ୍ଟ ନ୍ୟୁଜ ଓଡିଶା):ସରକାରୀ ଉଚ୍ଚବିଦ୍ୟାଳୟ ( ଏସ୍.ଏସ୍.ଡି.) ସୋଡାମାଲ ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫-୨୬ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସରାଫ୍ ସଭାପତିତ୍ବ କରିଥିଲା ବେଳେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, କିର୍ମିରା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ସରକାରୀ ଉଚ୍ଚବିଦ୍ୟାଳୟ ଅର୍ଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପ୍ରଧାନ ମୁଖ୍ୟବକ୍ତା , ସରକାରୀ ଉଚ୍ଚବିଦ୍ୟାଳୟ ବଂଜାରୀ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ପ୍ରଧାନଙ୍କ ସହ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ସିଂହ, ବିନୋଦ ବିହାରୀ ନାଏକ, ସୋଡାମାଲ ସରପଞ୍ଚ ଶ୍ରୀଯୁକ୍ତ ଚନ୍ଦନ ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗଣେଶ କିସାନ ସମ୍ମାନୀତ ଅତିଥି ରୂପେ ନିଜ ବକ୍ତବ୍ୟ ରଖିଥିଲେ। ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାମଲ ଉଦଯାପନୀ କାର୍ଯ୍ୟକ୍ରମ ରେ ଯୋଗଦାନ କରି ବିଭିନ୍ନ ବର୍ଗରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ୨୦୨୪-୨୫ ଶିକ୍ଷା ବର୍ଷରେ ରାଜ୍ୟ ସ୍ତରରେ ଟପ୍ ୧୦୦ ରେ ସମ୍ମାନିତ ହୋଇଥିବା ଛାତ୍ରୀ ସୁଶ୍ରୀ ରୀତା କଣ୍ଟା ଓ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ସୃଜନଶୀଳ ପ୍ରବନ୍ଧ ଲିଖନ ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଛାତ୍ରୀ ସୁଶ୍ରୀ ଶ୍ରାବଣୀ ଭୋଇ ଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ରୂପେ ସମ୍ମାନିତ କରାଯାଇଥିଲା। ଚଳିତବର୍ଷ କ୍ରୀଡା କ୍ଷେତ୍ରରେ କନିଷ୍ଠ ବାଳିକା ବିଭାଗରୁ ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ବବି ମୁଣ୍ଡା ଓ ନନ୍ଦିତା ଭୋଇ ଓ ବାଳକ ବିଭାଗରେ ଅଷ୍ଟମ ଶ୍ରେଣୀ ଛାତ୍ର ୟଶ୍ ମାଝୀ ଏବଂ ବରିଷ୍ଠ ବାଳିକା ବିଭାଗରେ ଦଶମଶ୍ରେଣୀ ଛାତ୍ରୀ ସୁଶ୍ରୀ ଲୋଜୀ ଭୋଇ ଓ ବାଳକ ବିଭାଗରେ ଦଶମଶ୍ରେଣୀ ଛାତ୍ର ରାହୁଲ ରୋହିଦାସ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଭରତ କୁମାର ସାହୁ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦିନୀ ଏକ୍କା ଏବଂ ମଦନ ମେହେର ତୂଳାଇ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମସାଗର ଦାସ ଓ ମଦନ ମେହେରଙ୍କ ତତ୍ତ୍ଵାବଧାନରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଲୋଜୀ ଭୋଇ, ଶ୍ରାବଣୀ ଭୋଇ, ଉମାକାନ୍ତି ମୁଣ୍ଡା, ଗାୟତ୍ରୀ ମେହେର ଓ ଦୀପିକା କୁମୁରା ଏଙ୍କରିଙ୍ଗ ଦାୟିତ୍ଵ ତୁଲାଇଥିଲେ। ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ପଟେଲ, ରାଜଶ୍ରୀ ବେହେରା, ରାନୀ ମୁଣ୍ଡା, ରୁବିରାନୀ ପଟେଲ, ମନୋଜ ମହାପାତ୍ର, ପଦାରବିନ୍ଦ ମହତାବ, ପ୍ରକାଶିନୀ ପଟେଲ, ଅନ୍ତର୍ଯ୍ୟାମୀ ମେହେର, ଆରତୀ କାଣ୍ଡୁଲାନା ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିବା ସ୍ଥଳେ ବାଦ୍ୟଯନ୍ତ୍ରରେ ସମାସିଂହା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଲ ଚାନ୍ଦ, ଶିକ୍ଷକ ସଞ୍ଜୟ କରାଳୀ ଓ ଲକ୍ଷପତି ସାହୁ କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ ଦେବାରେ ସହଯୋଗ କରିଥିଲେ।ଖେଳ ଶିକ୍ଷକ ବସନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0