।। ସେମିଳିଗୁଡା ବ୍ଲକରେ ବ୍ୟାଙ୍କ ରୁଣର ସୁଧ ଫେରସ୍ତ ମେଳା ।।

Feb 28, 2024 - 16:29
 0  12
।। ସେମିଳିଗୁଡା ବ୍ଲକରେ ବ୍ୟାଙ୍କ ରୁଣର ସୁଧ ଫେରସ୍ତ ମେଳା ।।

ସେମିଲିଗୁଡା ପିଏନଏସ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ କାର୍ଯ଼୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ବାରା ସ୍ବୟଂ ସହାୟକ ଗୋଷ୍ଟି ମାନଙ୍କ ରୁଣର ସୁଧ ଫେରସ୍ତ ମେଳା ଆଯୋଜିତ ହୋଇଯ଼ାଇଛି. ଏଥିରେ ମୁଖ୍ୟ ଅତିଥି ରୁପେ ସୁନାବେଡା ପୌରାଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ପାତ୍ର, ଯ଼ୋଗଦେଇଥିବା ବେଳେ ସମ୍ମାନିୟ ଅତିଥି ରୁପେ ବିଧାୟକ ପ୍ରତିନିଧି ଲକ୍ଷ୍ମଣ ପାଢି , ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରି, ବିଡିଓ ଲଷ୍ମୀ ନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ. ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସେମିଳିଗୁଡା ସିଡିପିଓ ବିନୋଦିନି ବେହେରା, ସୁନାବେଡା ସିଡିପିଓ ନଳିନି ବେହେରା ଉପସ୍ଥିତ ଥିଲେ. ଏଥିରେ ବ୍ଲକର 578 ଏସଏସଜିଙ୍ ମୋଟ 230886 ଟଙ୍କା ତଥା ପୌରାଞ୍ଚଳର 31ଟି ଏସଏଚଜି 380000 ଟଙ୍କା ଫେରସ୍ତ ପାଇଥିବା ଜଣାପଡିଛି. ଏଥିରେ 17ଟି ପଞ୍ଚାୟତର 17ଟି ଏସଏଚଜି କୁ ଚେକ ପ୍ରଦାନ କରାଯ଼ାଇଥିଲା. ଏଥିରେ ସେମିଳିଗୁଡା ବ୍ଲକର 17ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହ ସ୍ବୟଂ ସହାୟକ ଗୋଷ୍ଟର ସଭ୍ୟ ମାନଙ୍କ ସହ ପ୍ରାୟ ପାଞ୍ଚ ଶହର ଉର୍ଦ୍ଧ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।.

କୋରାପୁଟ ର ରୁପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ