ସେବା ସହ ନେବା, ଲୋକେ ଉଠାଇଲେ କୁକୁଡ଼ା ବୋଝେଇ ଗାଡ଼ି ଆଉ କିଛି କୁକୁଡ଼ା ବୋହି ନେଲେ

Nov 24, 2024 - 18:38
 0  8
ସେବା ସହ ନେବା, ଲୋକେ ଉଠାଇଲେ କୁକୁଡ଼ା ବୋଝେଇ ଗାଡ଼ି ଆଉ କିଛି କୁକୁଡ଼ା ବୋହି ନେଲେ

ଆଜି ରବିବାର ଦିନ ତେଣୁ ସକାଳୁ ଏକ କୁକୁଡ଼ା ବୋଝେଇ ପିକ୍ ଅପ୍ ଗାଡ଼ି ଅନୁଗୁଳରୁ ରାଇରଙ୍ଗପୁର ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ଥାନା ଅନ୍ତର୍ଗତ ଚିଲିଦା ନିକଟରେ ଜାତୀୟ ରାଜପଥ ନଂ ଉପରେ ଓଲଟି ପଡ଼ିଥିଲା। ଲୋକେ କହିଲେ କି ଦୃତ ଗତିରେ ଗାଡ଼ି ଆସୁଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡ଼ିକୁ ଓଲଟାଇ ଦେଇଥିଲା ବୋଧହୁଏ ସକାଳୁ ଆଖି ଲାଗି ଯାଇଥିବ। ତେବେ ସକାଳୁ ଥଣ୍ଡା ପାଗରେ ଦୁର୍ଘଟଣା ସ୍ଥଳରେ ଲୋକେ ତୁରନ୍ତ ରୁଣ୍ଡ ହୋଇ ଯାଇଥିଲେ। ତୁରୁମୁଙ୍ଗା ଥାନା ପୋଲିସ ମଧ୍ୟ ଖବର ପାଇ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇ ଥିଲା। ତେବେ ଉପସ୍ଥିତ ସାଧାରଣ ଲୋକେ ଶୀତକୁ ଖାତର ନକରି ସବୁ ମିଶି ପେଲି ଓଲଟି ଥିବା ଗାଡ଼ିକୁ ସିଧା କରି ଦେଇଥିଲେ। ଏଥିଲାଗି ଲୋକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ ଦେଖଣାହାରୀ ମାନେ କହିଲେ। ତେବେ ଏହା ଭିତରେ କିଛି ଲୋକ ରବିବାର ଥିବାରୁ କୁକୁଡ଼ା ମାଂସ ଲୋଭରେ ଗାଡ଼ି ଜାଲି ଭାଙ୍ଗି କୁକୁଡ଼ା ଗୋଟା ପରେ ଗୋଟେ ବୋହି ନେଇ ଥିଲେ। ତେଣୁ ସେଠାରେ ସେବା ପରେ ନେବା ଘଟଣା ଲୋକେ ଦେଖି ଦୁଃଖ ପ୍ରକାଶ କରିଥିଲେ

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ