।। ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଲା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ।।

Dec 12, 2023 - 19:02
 0  55
।। ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଲା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନ ।।

ଜୟପାଟଣା ୧୦/୧୨ କଳାହାଣ୍ଡି ଜିଲ୍ଲାର ସୁପରିଚିତ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଙ୍ଗଠନଙ୍କୁ ଆଜି ସେବା ସମ୍ମାନ ରେ ସମ୍ମାନିତ କରାଯାଇଛି । ଏହି ସଙ୍ଗଠନ ଆଜି ଶୁଖିଲା ମୁହଁରେ ହସ ଫୁଟାଇବା ସହ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ରକ୍ତ ର ଆବଶ୍ୟକ ପଡିଲେ ତୁରନ୍ତ ରକ୍ତ ଯୋଗାଇବା ଯେଉଁ ମୁହୂର୍ତ୍ତ ରେ ଲୋକଙ୍କ ଫୋନ ଆସେ ସେହି ମୁହୂର୍ତ୍ତ ସଙ୍ଗଠନ ଯାଇ ପହଞ୍ଚେ । ସେହି ସବୁ କାମ କୁ ଦେଖି ସଂପର୍କ ଚାରିଟେବୁଲ ଟ୍ରଷ୍ଟ କଟକ ର ଦ୍ଵିତୀୟ ବାର୍ଷିକ ଉତ୍ସବ ରେ କଳାହାଣ୍ଡି ର ସୁପରିଚିତ ସଙ୍ଗଠନ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସେବା ସମ୍ମାନ ୨୦୨୩ ରେ ସମ୍ମାନିତ ହେଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜୟପାଟଣା ବ୍ଲକ ଟିମ୍ ର ସଭାପତି - ଶ୍ରୀ ତୁଲାରାମ୍ ରଣା , ସୁମନ୍ତ ସାହୁ , ଟୁନେଶ ସାହୁ ଉପସ୍ଥିତ ରହିଥିଲେ। ଏ ଖବର ଶୁଣି ସଙ୍ଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧଜୀବୀ ମହଲରେ ପ୍ରଶଂସା ଛୁଟୁଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ