ସେପ୍ଟେମ୍ବର ୧ ତାରିଖରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

Sep 1, 2024 - 20:03
 0  46
ସେପ୍ଟେମ୍ବର ୧ ତାରିଖରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ଆଜି ହେଉଛି ରାଷ୍ଟ୍ରୀୟ ମୋଟର ଯାନ ଚାଳକ ଦିବସ। ଡ୍ରାଇଭର ଭାଇଙ୍କ ପ୍ରତି ସମର୍ପିତ ଦିନଟିଏ। ଡ୍ରାଇଭରଙ୍କ ହାତରେ ଅନେକ ଜୀବନ ସୁରକ୍ଷିତ ରହେ । ଦେଶର ପ୍ରଗତି ଲାଗି ଦିନରାତି ନ ଶୋଇ ବିଶ୍ରାମ ନନେଇ ଏମାନେ ଗାଡ଼ି ଚାଳନା କରନ୍ତି। ତେଣୁ ଆଜି ପାଟଣା ବ୍ଲକ ମୁଖ୍ୟ ଦପ୍ତରରେ ଆନନ୍ଦେଶ୍ବର ମନ୍ଦିରରେ ପୂଜାପାଠ ପରେ ଡ୍ରାଇଭରଙ୍କ ଏକ ସମ୍ମିଳିତ ରାଲୀ ଶୋଭାଯାତ୍ରା ବାହାରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ପାଣି ବୋତଲ ବାଣ୍ଟି ଥିଲା। ରୋଗୀଙ୍କ ଭଲ ମନ୍ଦ ସେମାନେ ବୁଝି ଥିଲେ। ସେଠାରୁ ବାହାରି ସେମାନେ କେନ୍ଦେଇପଶି ରୁ ତୁରୁମୁଙ୍ଗା ଦେଇ ଖିରେଇଟାଙ୍ଗରି ଯାଇଥିଲେ। ସେଠାରେ ସେମାନେ କେକ୍ କାଟି ଖୁସି ମନାଇ ଥିଲେ। ଏକ ସଭା କରି ନୂଆ ଡ୍ରାଇଭରକୁ ଗାଡ଼ି ଚାଳନା ଉପରେ ଉପଦେଶ ଦେଇ ଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ