।। ସୂଚନା ଫଳକ ନ ଥାଇ ଚାଲିଥିବା କାର୍ଯ୍ୟକୁ ଗ୍ରାମବାସୀ ଙ୍କ ବିରୋଧ ।।

Oct 14, 2024 - 18:14
 0  26
।। ସୂଚନା ଫଳକ ନ ଥାଇ ଚାଲିଥିବା କାର୍ଯ୍ୟକୁ ଗ୍ରାମବାସୀ ଙ୍କ ବିରୋଧ ।।

ସରକାର ସାଧାରଣ ଲୋକଙ୍କ ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦାୟିତ୍ୱରେଥିବା ବିଭା ଗୀୟ କର୍ତ୍ତୃ ପକ୍ଷଙ୍କ ଦୁର୍ନୀତି ଖୋର ମନଭାବ ଯୋଗୁ ଉକ୍ତ କାର୍ଯ୍ୟ ନିମ୍ନ ମାନର ହେଉଥିବା ଘଟଣାକୁ ନେଇ ଗ୍ରାମବାସୀ ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସୂଚନା ମୁତାବକ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପରମା ନନ୍ଦପୁର ମେଂଢ ରାସ୍ତା ର ଉନ୍ନତି କରଣ ନିମନ୍ତେ ଗତ ତା ୨୭/୨/୨୦୨୪ ରିଖ ଦିନ ତତ କାଳିନ ବିଧାୟିକା ସୁନଦା ଦାସ ଉଦଘାଟନ କରିଥିଲେ। ମାତ୍ର ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କେତେ ଅର୍ଥ ସୂଚନା ଫଳକରେ ଦର୍ଶା ଯାଇ ନଥିବାରୁ ତାହା ବିଭାଗୀୟ କର୍ତ୍ତ୍ତୃ ପକ୍ଷ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିବା ସହିତ ସାଧାରଣ ର ଅସନ୍ତୋଷ କୁ ଅଧିକ ଖୋରାକ ଯୋଗାଇଛି ଏହି କାର୍ଯ୍ୟରେ ବ୍ୟବହୁତ ହେଉଥିବା ବାଲି, ଚି଼ଫସି ଓ ସିମେଣ୍ଟ ଉପ ଯୋଗୀ ନୁହେଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ନିମ୍ନ ମାନର କାର୍ଯ୍ୟକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ଏ କ୍ଷେ ତ୍ରରେ ବିଭୀଗୀୟ କର୍ତ୍ତ୍ତୃ ପକ୍ଷ ଘଟଣା ସ୍ଥଳକୁ ଆସି ତଦନ୍ତ ନ କରିବା ଯୋଗୁ ଏ ଭଳି ନିମ୍ନମାନ ର କାର୍ଯ୍ୟ ହେଉଛି ବୋଲି ଗ୍ରାମବାସୀ ମାନେ ମତ ରଖିଛନ୍ତି। ଘଟଣାକୁ ଗୁରୁତ୍ୱ ଦେଇ ବିଭା ଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।ଏହି କାର୍ଯ୍ୟ ରୁ କାର୍ଯ୍ୟ କରାଯିବାକୁ ନେଇ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ