।। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ସ୍ବାସ୍ଥ୍ୟ ଶିବିର ।।

ପଟ୍ଟାଙ୍ଗି ୨୨/୯- ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗି ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ବିଶେଷଜ୍ଞ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗି ଅଧିକାରୀ ଡ଼ା ଭାଗବତ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଥିଲା।ଓଡ଼ିଶା ସରକାର ଙ୍କ ଦ୍ଵାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ସବୁ ମହିଳା ଙ୍କ ପାଇ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ସ୍ବାସ୍ଥ୍ୟ ସେବା ପ୍ରଦାନ, ସୁସ୍ଥ ଜୀବନ ଶୈଳୀ ଏବଂ ସ୍ବାସ୍ଥ୍ୟ ର ମାନଦଣ୍ଡ କୁ ବଜାୟ ରଖିବା ପାଇଁ ଖାଦ୍ୟ ଶୈଳୀ ନେଇ ସଚେତନ, ସ୍ଵାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ଗର୍ଭ ବର୍ତ୍ତି ମହିଳା ଏବଂ ଜନ୍ମିତ ଶିଶୁ ଙ୍କ ପାଇ ଯୋଜନା,ନାଗରିକ ମାନଙ୍କର ସକ୍ରିୟ ଯୋଜନା ଆଦି କାର୍ଯ୍ୟ କ୍ରମ ଅନ୍ତ୍ରଭୂତ ରହିଅଛି। ଶିବିର କୁ ପଟ୍ଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପାଙ୍ଗି,ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କ,ସାଂସଦ ପ୍ରତିନିଧି ଶୁକ୍ରା ଖରା ପ୍ରମୁଖ ପ୍ରତିନିଧି ଗଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏଥିରେ ପଟ୍ଟାଙ୍ଗି ବ୍ଲକ ର ସମସ୍ତ ପଞ୍ଚାୟତ ରୁ ୭୨୫ ଜଣ ରୋଗୀ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିର ରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ରୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା ରାଜେଶ ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡ଼ା ସମନ ନାଇଡୁ, ଭେଷଜ ବିଶେଷଜ୍ଞ ଡ଼ା ସନ୍ତୋଷ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏହିକାର୍ଯ୍ୟକ୍ରମ କୁ ଡ଼ା ଶାନ୍ତନୁ ରାଉତ, ଡ଼ା ଲିଶା ମଧୁ ତରେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବି ପି ଏମ୍ ରଶ୍ମିତା ସନ,ପି ଏଚ ଇ ଓ ଆରତୀ ଗୁଡ଼ିଆ, , ଫାର୍ମାସିଷ୍ଟ ରଞ୍ଜିତ ସ୍ୱାଇଁ, କ୍ଲର୍କ କବିତା ନାୟକ, ବାମ୍ ସହଦେବ ଖରା ବି ଡି ଏମ୍ ସନ୍ତୋଷ ଦାସ, ମାଲେରିଆ ନିରୀକ୍ଷକ ସୌମ୍ୟ ରଞ୍ଜନ ମିଶ୍ର, ଜନ୍ମ ମୃତ୍ୟୁ କ୍ଲର୍କ ଭାସ୍କର ସେଠୀ ଙ୍କ ସହ ଅନ୍ୟାନ୍ୟ ନର୍ସିଂ ଅଫିସର ପ୍ରତିଭା ସାହୁ, ଦିପ୍ତିମୟୀ ନାୟକ, ହରପ୍ରିୟା ସାହୁ, ଲାବ୍ ଟେକ୍ନିସିଆନ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକ୍ଷ୍ମଣ, ଜଗନ୍ନାଥ,ଅନିଲ,ବାପି, ପଦୁ , ରବୀନ୍ଦ୍ର ସାନିଟାରୀ ଷ୍ଟାଫ ଯତୀନ, ନଗେସ, ମେରିଲିନ, ସୁଶୀଳା, ପବୀ, ପୂର୍ଣ୍ଣିମା, ସାବିତ୍ରୀ, ରୀନା , ମିନା, ଜ୍ୟୋସ୍ତ୍ନ ଏବଂ ସେକ୍ୟୁରିଟୀ ଷ୍ଟାଫ ଭଗବାନ, କୈଳାଶ, କାର୍ତ୍ତିକ ଏବଂ ଅନ୍ୟ ସମସ୍ତ ଷ୍ଟାଫ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପଟ୍ଟାଙ୍ଗି ରୁ କୃଷ୍ନ ଗଲରି ଙ୍କ ରିପୋର୍ଟ
What's Your Reaction?






